Latest Odisha News

ଅପରାହ୍ନରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ: ସଭାପତି ନିର୍ବାଚନ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ: ଆଜି ଅପରାହ୍ନରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଅଧ୍ୟକ୍ଷତା କରିବେ । ଅପରାହ୍ନ ୩ଟା ୩୦ରେ ଏହି ବୈଠକ ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ହେବ ।

ଦଳର ସମସ୍ତ ବରିଷ୍ଠ ନେତା ଏଥିରେ ସାମିଲ ହୋଇ ଦଳର ଆଗାମୀ ନେତୃତ୍ବ ଉପରେ ଆଲୋଚନା କରିବେ ।  ସୋନିଆ ଚିକିତ୍ସିତ ହେବାକୁ ବିଦେଶ ଯାଇଥିବା ବେଳେ ତାଙ୍କ ସହିତ ରାହୁଲ ଓ ପ୍ରିୟଙ୍କା ମଧ୍ୟ ଯାଇଛନ୍ତି । ତେଣୁ ସେମାନେ ଭର୍ଚୁଆଲ ମୋଡ୍‌ରେ ବୈଠକରେ ସାମିଲ ହେବେ । ବୈଠକରେ ନୂଆ ଅଧ୍ୟକ୍ଷ ଚୟନ ନେଇ ତାରିଖ ଧାର୍ଯ୍ୟ କରାଯିବ ।

ପୂର୍ବରୁ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ ଅଧ୍ୟକ୍ଷ ନିର୍ବାଚନ କରାଯିବ ବୋଲି ସ୍ଥିର କରାଯାଇଛି । ତେବେ ଅଗଷ୍ଟ ମାସ ସରିବାକୁ ବସିଥିବା ବେଳେ ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ହୋଇନାହିଁ । ସେପଟେ ସଂଗଠନକୁ ସୁଦୃଢ଼ କରିବା ପାଇଁ ରାହୁଲ ଗାନ୍ଧି  ଆସନ୍ତା ସେପ୍ଟେମ୍ବର ୭ରୁ କାଶ୍ମୀରରୁ କନ୍ୟାକୁମାରୀ ଭାରତ ଯୋଡୋ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଘୋଷଣା କରିଛନ୍ତି ।

ଏସବୁ କାର୍ଯ୍ୟକ୍ରମ ଭିତରେ ଅଧ୍ୟକ୍ଷ ନିର୍ବାଚନ କିଛି ସପ୍ତାହ ବିଳମ୍ବ ହେବାର ସମ୍ଭାବନା ରହିଛି । ସେପଟେ ବରିଷ୍ଠ ନେତାମାନେ ରାହୁଲ ଦଳର ଅଧ୍ୟକ୍ଷ ହେବାକୁ  ଚାହୁଁଛନ୍ତି ।  ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମେତ ଅନେକ ବରିଷ୍ଠ ନେତା ରାହୁଲଙ୍କୁ ଚାପ ପକାଇ ଅଧ୍ୟକ୍ଷ ପାଇଁ ମନାଇବାକୁ କହିଛନ୍ତି ।

ତେବେ ଆଜିର ବୈଠକରେ କଣ ନିର୍ଯ୍ୟାସ ବାହାରୁଛି ସଂଧ୍ୟାରେ ଜଣାପଡିବ ।

Leave A Reply

Your email address will not be published.