Latest Odisha News

BREAKING NEWS

GCV ପାୱାରଲିଷ୍ଟ ୨୦୨୦ ଶ୍ରେଷ୍ଠ ୨୫ ପୁଞ୍ଜିପତିଙ୍କ ମଧ୍ୟରେ ୫ଜଣ ଭାରତୀୟ

ମୁମ୍ବାଇ: ଗୁରୁବାର ପ୍ରକାଶ ପାଇଥିବା ଗ୍ଲୋବାଲ୍ କର୍ପୋରେଟ୍ ଭେଞ୍ଚରିଂ (ଜିସିଭି) ପାୱାର୍ଲିଷ୍ଟ ୨୦୨୦ରେ ପାଞ୍ଚ ଜଣ ଭାରତୀୟ ପୁଞ୍ଜିପତି ସ୍ଥାନିତ ହୋଇଛନ୍ତି ।

ସେମାନେ ଶ୍ରେଷ୍ଠ ୨୫ ଭେଞ୍ଚର ପୁଞ୍ଜିପତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ।

ଏହି ପାଞ୍ଚ ଜଣ ଭାରତୀୟ ହେଲେ,

  • ଶଙ୍କର ଚନ୍ଦ୍ରନ୍ – ପରିଚାଳନା ନିର୍ଦ୍ଦେଶକ, ସାମସଙ୍ଗ କାଟାଲାଇଷ୍ଟ ଫଣ୍ଡ । ସହକର୍ମୀ ଫ୍ରାନ୍ସିସ୍ ହୋଙ୍କ ସହ ୫ମ ସ୍ଥାନରେ ରହିଛନ୍ତି ।
  • ରାଜୀବ ମିଶ୍ର – ମୁଖ୍ୟ, ସଫ୍ଟବ୍ୟାଙ୍କ ଭିଜନ ଫଣ୍ଡ । ସହକର୍ମୀ ମାର୍ସେଲୋ କ୍ଲେୟାରଙ୍କ ସହ ୧୦ମ ସ୍ଥାନରେ ରହିଛନ୍ତି ।
  • ନାଗରାଜ କାଶ୍ୟପ – ମୁଖ୍ୟ, M12 (ପୂର୍ବରୁ ମାଇକ୍ରୋସଫ୍ଟ ଭେଞ୍ଚର୍ସ) ୧୨ଶ ସ୍ଥାନରେ |
  • ଅରବିନ୍ଦ ପୁରୋଶୋଥମ୍ – ମୁଖ୍ୟ, ସିଟି ଭେଞ୍ଚର୍ସ ନିବେଶକ, ୨୧ତମ ସ୍ଥାନରେ ।
  • ଗିରିଶ ନାଡକର୍ନି – ସଭାପତି, ଟୋଟାଲ କାର୍ବନ ନିଉଟ୍ରାଲିଟୀ ଭେଞ୍ଚର, ୨୨ତମ ସ୍ଥାନରେ ।

GCV ଏହାର ବାର୍ଷିକ ପାୱାରଲିଷ୍ଟକୁ ବିଶ୍ୱବ୍ୟାପୀ ୨୦୦୦ରୁ ଅଧିକ ଭେଞ୍ଚରିଂ କମ୍ପାନୀର ଶ୍ରେଷ୍ଠ ୧୦୦ ହେଡ କର୍ପୋରେଟ୍ ଭେଞ୍ଚରିଂ ୟୁନିଟ୍ କୁ ନେଇ ସଂକଳନ କରେ ଏବଂ କୌଶଳ, ନେତୃତ୍ୱ,  ଦୂରଦୃଷ୍ଟି ଏବଂ ପ୍ରେରଣାଦାୟକ ଦକ୍ଷତା  ଚୟନକୁ ଏକ ମାପଦଣ୍ଡ ରୂପେ ବ୍ୟବହାର କରେ ।

Comments are closed.