Latest Odisha News

BREAKING NEWS

ବିଧାନସଭା ବର୍ଜନ ଚେତାବନୀ ଦେଲେ ସୁର

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ତେବେ ଏହାପୂର୍ବରୁ କୋଭିଡ କଟକଣା ଯୋଗୁଁ ବୟସ୍କ ତଥା ୬୦ ବର୍ଷରୁ ଅଧିକ ବୟସ୍କ ବିଧାୟକଙ୍କୁ ବିଧାନସଭା ପ୍ରବେଶ ମନା ହୋଇଛି । ଏହାକୁ ନେଇ ଆଜି ଗର୍ଜିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ।

ସେ ଏନେଇ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ଲୋକଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି ଲୋକଙ୍କ ସମସ୍ୟା ବିଧାନସଭାରେ ଉପସ୍ଥାପନ କରିବାକୁ ନ ଦେବା ଅଗଣତାନ୍ତ୍ରୀକ ବୋଲି କହିଛନ୍ତି ସୁର । ଯଦି ସନ୍ଦେହ ହେଉଛି ତାହା ହେଲେ ତାଙ୍କର କୋଭିଡ ଟେଷ୍ଟ କରାଯାଉ । କୋଭିଡ ଟେଷ୍ଟ କରି ତାଙ୍କୁ ବିଧାନସଭାରେ ଉପସ୍ଥତି ରହିବାକୁ ଅନୁମତି ଦିଆଯାଉ ବୋଲି ସେ ଦାବି କରିଛନ୍ତି ।

Leave A Reply

Your email address will not be published.