Latest Odisha News

ନେପାଳ ବିମାନ ଦୁର୍ଘଟଣା, ମୃତକଙ୍କ ମଧ୍ୟରେ ୫ ଭାରତୀୟ ଥିବା ସୂଚନା

କାଠମାଣ୍ଡୁ: ନେପାଳର ପୋଖରାରେ ବିମାନ ଦୁର୍ଘଟଣାରେ ଏବେ ସୁଦ୍ଧା ୩୬ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି । ୭୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନରେ ୧୦ ଜଣ ବିଦେଶୀ ଥିଲେ । ବିମାନଟି ପୋଖରା ବିମାନବନ୍ଦରରେ ଅବତରଣ ବେଳେ ନଦୀ ପାର୍ଶ୍ୱକୁ ଖସି ଜଳି ଯାଇଥିଲା ।

ଦୁର୍ଘଟଣାଗ୍ରସ୍ତ ATR-72 ଡବଲ୍ ଇଞ୍ଜିନ୍ ବିଶିଷ୍ଟ ବିମାନର ପରିଚାଳନା କରୁଥିଲା ୟେଟି ଏୟାରଲାଇନ୍ସ । ଅବତରଣ ପୂର୍ବରୁ ସେତି ନଦୀ ପାର୍ଶ୍ୱରେ ବିମାନଟି ଖସି ପଡ଼ିଥିବା ଜଣାଯାଇଛି । ସୂଚନା ଅନୁସାରେ କାଠମାଣ୍ଡୁ ଛାଡ଼ିବାର ୨୦ ମିନିଟ୍ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଏହା ପୂର୍ବରୁ ଗତ ମେ ୨୯ରେ ନେପାଳରେ ବଡ଼ ଧରଣର ବିମାନ ଦୁର୍ଘଟଣା ହୋଇଥିଲା । ୨୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ମୁସ୍ତାଙ୍ଗରେ ଜଳି ଯାଇଥିଲା । ଯେଉଁଥିରେ ଗୋଟିଏ ପରିବାରର ୪ ଜଣ ଭାରତୀୟ ଥିଲେ ।

Comments are closed.