Latest Odisha News

BREAKING NEWS

ଜାଣନ୍ତୁ ଶିଶିର ସରସ ମେଳାରେ କ’ଣ ଉପଲବ୍ଧ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରର ବରମୁଣ୍ଡା ଖେଳ ପଡ଼ିଆରେ ଆରମ୍ଭ ହୋଇଛି ଶିଶିର ସରସ ମେଳା । ଯାହା ଫଳରେ କନ୍ଧମାଳର ହଳଦି, ନୟାଗଡ଼ର ଡାଲି, ମୟୂରଭଞ୍ଜର ସବାଇଘାସରେ ତିଆରି ବିଭିନ୍ନ ସାମଗ୍ରୀ ବର୍ତ୍ତମାନ ମିଳୁଛି ଗୋଟିଏ ସ୍ଥାନରେ। ଏହି ମେଳାରେ ପଡ଼ିଥିବା ପ୍ରତ୍ୟେକ ଷ୍ଟଲରେ ରହିଛି ଓଡ଼ିଶା ସ୍ଥାନୀୟତାର ଝଲକ। ରାଜଧାନୀର ନକଲି ସାମଗ୍ରୀ ଠାରୁ ଦୂରରେ ଜଙ୍ଗଲ, ପାହାଡ଼ରେ ପ୍ରସ୍ତୁତ ଏହି ଉତ୍ପାଦନ ଅଲଗା ମଜା ଦେବ ବୋଲି କହନ୍ତି ଏମାନେ।

ତେବେ ଆସନ୍ତୁ ଶୁଣିବା ଶିମିଳିପାଳ ଜଙ୍ଗଲରୁ ବନ୍ୟଜାତ ସାମଗ୍ରୀ ନେଇ ଆସିଥିବା ଉଦ୍ୟୋଗୀ ପ୍ରତିମା ଏବଂ ମୟୂରଭଞ୍ଜର ପ୍ରସିଦ୍ଧ ସବାଇଘାସରୁ ପ୍ରସ୍ତୁତ ସାମଗ୍ରୀ ପ୍ରସ୍ତୁତ କରୁଥିବା ସୁମନ୍ତ ନାଏକ ତାଙ୍କର ଏହି ସାମଗ୍ରୀକୁ ନେଇ କଣ କହୁଛନ୍ତି। କେବଳ ସେମାନେ ନୁହେଁ ନିଜ ଷ୍ଟଲରେ ନୟାଗଡ଼ର ଡାଲି, କନ୍ଧମାଳର ହଳଦି ସମ୍ପର୍କରେ ପ୍ରହଲ୍ଲାଦ ବାବୁ ବି କ’ଣ କହୁଛନ୍ତି ଶୁଣନ୍ତୁ ।

କେବଳ ଓଡ଼ିଶା ନୁହେଁ ନାଗାଲେଣ୍ଡର ଫୁଲ, ପଣ୍ଡିଚେରୀର କାଗଜରୁ ତିଆରି ସାମଗ୍ରୀ, ଉତ୍ତରପ୍ରଦେଶର ଲୁହାରୁ ତିଆରି ସାମଗ୍ରୀ, ଛତିଶଗଡ଼ର ଟସର ଲୁଗା, ଆସାମ ଓ ତ୍ରିପୁରାର ବାଉଁଶରୁ ପ୍ରସ୍ତୁତ ସାମଗ୍ରୀ ମଧ୍ୟ ଶିଶିର ମେଳାର ଆକର୍ଷଣର କେନ୍ଦ୍ର ଅଟେ।

କେବଳ ସେତିକି ନୁହେଁ ମେଳା ବାହାରେ ମଧ୍ୟ ଦୁଇ ଜଣ ମହିଳା ଗୁଜରାଟର ସୁରତରେ ତିଆରି ଜରି ଶାଢି ଏବଂ ଲେହେଙ୍ଗାର ପଶରା ମେଲାଇଥିଲେ। ହେଲେ ହକି ବିଶ୍ବକପ ଯୋଗୁଁ ରାମ ମନ୍ଦିର ସମ୍ମୁଖ ସ୍ଥିତ ଅସ୍ଥାୟୀ ଷ୍ଟଲକୁ ହଟାଯିବା ଯୋଗୁଁ ଉଭୟ ମହିଳା ଶିଶିର ସରସ ମେଳାରେ ପହଞ୍ଚି ଥିଲେ। ତେବେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ମେଳାର ଉଦଘାଟନ କରି ବିଶ୍ବକପ ସହିତ ଶିଶିର ମେଳାର ମଜା ନେବା ପାଇଁ  ରାଜଧାନୀବାସୀଙ୍କୁ ଅନୁରୋଧ କରିଛନ୍ତି।

 

 

Leave A Reply

Your email address will not be published.