କେନ୍ଦୁଝର: ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ଖସି ପଡ଼ିଲା କାର୍। ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ରିଜ୍ ଛକ ଶିଶୁପାର୍କ ନିକଟରେ ଆଜି ଭୋରରୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସମସ୍ତ ଆହତ ଯୁବକ ସ୍ଥାନୀୟ ପଦ୍ମପୁର ଗାଁର ବୋଲି ଜଣାଯାଇଛି।
ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାରୁ ଏକ ବିବାହ ଉତ୍ସବରେ କାର ଯୋଗେ ପାଞ୍ଚଜଣ ଯୁବକ ବରଯାତ୍ରୀ ଯାଇ ସେଠାରୁ ଘରକୁ ଫେରୁଥିଲେ। ଦ୍ରୁତ ଗତିରେ କାର ଚଳାଇ ଆସୁଥିବା ବେଳେ ଭାରସାମ୍ୟ ହରାଇ ଶିଶୁପାର୍କ ନିକଟର ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ହେବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତ ଆହତଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଗୁରୁତର ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
Comments are closed.