Latest Odisha News

ମୋଦୀଙ୍କ ଗ୍ୟାରେଣ୍ଟିରେ ‘ରେଳବାଇର ଭିତିଭୂମି ଅଭିବୃଦ୍ଧି’ ଓଡ଼ିଶାର ପ୍ରଗତି ହେବ ତ୍ୱରାନ୍ୱିତ : ଦିଲୀପ ମଲ୍ଲିକ

ଭୁବନେଶ୍ବର: ରାଜ୍ୟରେ ଗଡିଲା ତୃତୀୟ ’ବନ୍ଦେ ଭାରତ ଏକ୍ସପ୍ରେସ୍‌’ । ’ୱାନ୍ ଷ୍ଟେସନ ୱାନ୍ ପ୍ରଡକ୍ଟ’ ଷ୍ଟଲ୍‌ରେ ଅନୁଗୁଳ, ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଖୋର୍ଦ୍ଧା ରୋଡ୍‌, ବାଲୁଗାଁ, ଢେଙ୍କାନାଳ, ଭଦ୍ରକ, ଛତ୍ରପୁର ହୋଇଛି ସାମିଲ । ମୋଦି ସରକାରଙ୍କ ଶାସନରେ ରେଳ ସେବା କ୍ଷେତ୍ରରେ ଓଡିଶାର ଅଦ୍ଭୁତପୂର୍ବ ଅଗ୍ରଗତି ଘଟିଛି । ପ୍ରତିଶ୍ରୁତି ଦେଇ ତାକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିଛନ୍ତି ମୋଦୀ । ଯେଉଁଥି ପାଇଁ ଓଡିଶାରେ ଆଜି ରେଳ ଯୋଗାଯୋଗର ବ୍ୟାପକ ହେବା ସହ ସବୁ ଜିଲ୍ଲାକୁ ରେଳ ସଂଯୋଗ ହୋଇପାରିଛି । ବର୍ଷ ବର୍ଷ ଧରି ହୋଇନଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ ଆଉ ଅଳ୍ପ ଦିନରେ ସମ୍ପୂର୍ଣ୍ଣ ହେବାକୁ ଯାଉଛି । ଓଡିଶାରେ ଚାଲିଲା ତୃତୀୟ “ବନ୍ଦେ ଭାରତ ଏକ୍ସପ୍ରେସ୍‌” ଟ୍ରେନର ଲୋକାର୍ପଣ କରିଛନ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଦିଲୀପ ମଲ୍ଲିକ ।

ଓଡିଶାରେ ଗଡିଲା ତୃତୀୟ ’ବନ୍ଦେ ଭାରତ ଏକ୍ସପ୍ରେସ୍‌’ । ମହାପ୍ରଭୁ ଜଗନ୍ନାଥଙ୍କ କ୍ଷେତ୍ର ପୁରୀରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାମ୍‌କୁ ସଂଯୋଗ କରିବ ଏହି ’ବନ୍ଦେ ଭାରତ’ । ସିଧାସଳଖ ଭାବେ ଓଡିଶାର ପର୍ଯ୍ୟଟନ ଉପରେ ବିକାଶ ଆଣିବ । ପୁରୀ, ଚିଲିକା ହ୍ରଦ, କୋଣାର୍କକୁ ଦକ୍ଷିଣ ଭାରତ ସହିତ ଯୋଡିବ, ଯାହାକି ଦକ୍ଷିଣ ଓଡିଶା ଲୋକମାନଙ୍କର ପ୍ରମୁଖ ଦାବୀ ଥିଲା । ସେହିପରି ଦେଶରେ ୪୧ଟି ‘ୱାନ୍ ଷ୍ଟେସନ ୱାନ୍ ପ୍ରଡକ୍ଟ’ ଷ୍ଟଲ୍‌କୁ ଉତ୍ସର୍ଗ କରାଯାଇଛି । ସେଥିରେ ଅନୁଗୁଳ, ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଖୋର୍ଦ୍ଧା ରୋଡ୍‌, ବାଲୁଗାଁ, ଢେଙ୍କାନାଳ, ଭଦ୍ରକ, ଛତ୍ରପୁର ପ୍ରଭୁତି ଷ୍ଟେସନରେ ଏହି ଷ୍ଟଲ୍ ଗୁଡିକ ଖୋଲାଯାଇଛି । ଯାହା ଦ୍ୱାରା ରାଜ୍ୟର ହସ୍ତ ଶିଳ୍ପ, ବୟନ ଶିଳ୍ପ, କଳାକୃତି, ପାରମ୍ପରିକ ପୋଷାକ ଏବଂ ଆଂଚଳିକ କୃଷି ଜାତ ଦ୍ରବ୍ୟ ଯଥା- ମିଲେଟ୍ସ ପ୍ରଭୁତି ଏହି ଷ୍ଟଲ ମାନଙ୍କରେ ଉପଲବ୍ଧ ହେବ । ଓଡିଶାର ଉତ୍ପାଦିତ ଦ୍ରବ୍ୟ ବିଶ୍ୱ ଦରବାରରେ ପହଂଚିପାରିବ । ସେହିପରି ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ର ପ୍ରମୁଖ ଷ୍ଟେସନରେ ଖୋଲିଯିବା ରେଳ ଷ୍ଟେସନ ଆସୁଥିବା ଯାତ୍ରୀମାନଙ୍କ ପାଇଁ ବିଶେଷ ସହାୟକ ହେବ । ସୁଲଭ ମୂଲ୍ୟରେ ଉପଲବ୍ଧ ଗୁଣାତ୍ମକ ଔଷଧ ଓ ଉପଯୁକ୍ତ ସାମଗ୍ରୀ ଉପଲବ୍ଧ ହେବା ସହିତ ଏହା ରୋଜଗାରର ସୁଯୋଗ ସୃଷ୍ଟି କରିବ ।

Leave A Reply

Your email address will not be published.