Latest Odisha News

କାର-ଟ୍ରକ ମୁହାଁମୁହିଁ ଧକ୍କା, ଦୁଇ ଶିଶୁଙ୍କ ସମେତ ୫ମୃତ

ହାଇଦ୍ରାବାଦ: ତେଲେଙ୍ଗାନା ନାଲଗୋଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କାର-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୫ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ରହିଛନ୍ତି। ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ନାଲଗୋଣ୍ଡା ଜିଲ୍ଲା ମିରିଆଲାଗୁଡାର ଚେରୁପାଲୀ ମହେଶ, ତାଙ୍କ ପତ୍ନୀ ଜ୍ୟୋତି, ଝିଅ ରିଷିତା ଓ ଗୋଲନେପାଲି ଯାଦାଦୀ ଭୁବନାଗିରର ଭୁମା ମହେନ୍ଦ୍ର ଓ ତାଙ୍କ ପୁଅ ଗୋଟିଏ କାରରେ ଫେରୁଥିଲେ। ହଠାତ ଏକ ଟ୍ରକ ଆସି ତାଙ୍କ ଗାଡିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ଘଟିଛି। ମୃତ ଭୁମା ମହେନ୍ଦ୍ରଙ୍କ ପତ୍ନୀ ଭୁମା ମାଧବୀ ଗୁରୁତର ଅବସ୍ଥାରେ ଡାକ୍ତଖାନାରେ ଭର୍ତ୍ତି ହୋଇଛନ୍ତି। ତେବେ ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Comments are closed.