Latest Odisha News

BREAKING NEWS

ରାଉରକେଲାରେ ହେବ ଓଡିଶାର ୩ୟ ବିମାନବନ୍ଦର, ଡିଜିସିଏର ମଞ୍ଜୁରୀ

ଭୁବନେଶ୍ୱର : ଝାରସୁଗୁଡା ବିମାନବନ୍ଦର ପରେ ରାଜ୍ୟର ତୃତୀୟ ବିମାନବନ୍ଦର ଭାବେ ରାଉରକେଲା ଏୟାରପୋର୍ଟକୁ ଡିଜିସିଏ ଲାଇସେନ୍ସ ପ୍ରଦାନ କରିଛନ୍ତି ।

ଷ୍ଟିଲ ସିଟି ରାଉରକେଲାରେ ବିମାନବନ୍ଦର ପ୍ରତିଷ୍ଠା ହେବା ଦ୍ୱାରା ଏହା ଦେଶର ଅନ୍ୟଭାଗ ସହିତ ଯୋଡ଼ି ହେବାର ସୁଯୋଗ ସୃଷ୍ଟି ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏକ ଟ୍ୱିଟ୍ କରାଯାଇଛି ।

ସୁତ୍ରରୁ ପ୍ରକାଶ ଯେ, ଷ୍ଟିଲ୍ ଅଥୋରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍) ଅଧିନସ୍ଥ ରାଉରକେଲାରେ ଥିବା ଏୟାର ଷ୍ଟ୍ରିପକୁ ବାଣିଜ୍ୟିକ ଉଡାଣ ପାଇଁ ପ୍ରସ୍ତୁତ କରାଯିବ । ଏହି ବିମାନବନ୍ଦରର ସଞ୍ଚାଳନ ଓ ପ୍ରବନ୍ଧନ ପାଇଁ ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ (ଏଏଆଇ) ଗତ ବର୍ଷ ମେ ମାସରେ ସେଲ ସହ ଏକ ଏମଓୟୁ ସ୍ୱାକ୍ଷର କରିଥିଲା ।

Leave A Reply

Your email address will not be published.