Latest Odisha News

BREAKING NEWS

ନକ୍ସଲ ଆକ୍ରମଣ ପଣ୍ଡ; ୫ ଲ୍ୟାଣ୍ଡମାଇନ ନିଷ୍କ୍ରିୟ କଲେ ଯବାନ

ମାଲକାନଗିରି: ନକ୍ସଲଙ୍କର ଏକ ବଡ଼ ଆକ୍ରମଣ ହେଲା ପଣ୍ଡ । ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗୋରନା ଏବଂ ମନକେଲି ଗ୍ରାମ ମଧ୍ୟରେ ରହିଥିବା କଚ୍ଚା ରାସ୍ତାରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ୫ଟି ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଥିଲେ।

ରାସ୍ତାର ବିଭିନ୍ନ ସ୍ଥାନରେ ୨କିଲୋ ଓଜନର ୩ଟି ଏବଂ ୫ କିଲୋ ଓଜନର ୨ଟି ବୋମା ଖଞ୍ଜା ଯାଇଥିଲା। ସୁରକ୍ଷାକର୍ମୀମାନେ ବୋମା ଯାଞ୍ଚ କରିବା ମେସିନ ଦ୍ବାରା ଏହାକୁ ଠାବ କରିବା ପରେ ବୋମା ନିଷ୍କ୍ରିୟ ଦଳକୁ ଡକାଯାଇଥିଲା।

ଘଟଣାସ୍ଥଳରେ ହିଁ ବୋମା ନିଷ୍କ୍ରିୟ ଦଳ ଏହି ବୋମାକୁ ନିଷ୍କ୍ରିୟ କରିଛନ୍ତି। ଏକ ବଡ଼ଧରଣର ଅଘଟଣ ସୁରକ୍ଷାକର୍ମୀ ଟଳିଯାଇଥିବା କୁହାଯାଇଛି।

 

Comments are closed.