Latest Odisha News

BREAKING NEWS

୫ ଲୁଟେରାଙ୍କ ହାବୁଡରେ ଦମ୍ପତି, ମର୍ଣ୍ଣିଂୱାକ ବେଳେ ଲୁଟିଲେ ଗହଣା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଫେଜ୍-୭ରେ କିଛି ଲୁଟେରା ମର୍ଣ୍ଣିଂୱାକ୍ କରୁଥିବା ଜଣେ ଦମ୍ପତିଙ୍କ ଠାରୁ ଲୁଟ୍ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଶୈଳଶ୍ରୀବିହାର ଫେଜ୍-୭ ଅଞ୍ଚଳରେ ଜଣେ ଦମ୍ପତି ମର୍ଣ୍ଣିଂୱାକ୍ କରୁଥିବା ସମୟରେ ପାଖାପାଖି ୫ ଜଣ ଦୁବୃର୍ତ୍ତ ୨ଟି ବାଇକରେ ଆସି ମହିଳାଙ୍କ ଠାରୁ ଗହଣା ଲୁଟ୍ କରିଥିଲେ । ଏଥିରେ ସଂପୃକ୍ତ ମହିଳାଙ୍କ ସ୍ୱାମୀ ବିରୋଧ କରିବାରୁ ତାଙ୍କୁ ଛୁରିରେ ଆକ୍ରମଣ କରିଥିଲେ।

ପରେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସିଯିବାରୁ ଲୁଟେରାମାନେ ଢେଲା ମାଡ଼ କରିଥିବା ଅଭିଯୋଗ ହୋଇଛି । ପରବର୍ତ୍ତୀ ସମୟରେ ଘଟଣାସ୍ଥଳରୁ ଚମ୍ପଟ ମାରିବା ପୂର୍ବରୁ ଦୁବୃର୍ତ୍ତମାନେ ଢେଲା ମାଡ଼ କରି ନିକଟସ୍ଥ ଏକ ଘରର କାଚ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ତେବେ ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଦାଏର ଏତଲାକୁ ଆଧାର କରି ପୋଲିସ ଲୁଟେରାଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.