Latest Odisha News

BREAKING NEWS

ବାଇକ ଲୁଟେରା ଗ୍ୟାଙ୍ଗ ଠାବ, ୫ ଗିରଫ, ୩୫ ବାଇକ ଜବତ

କଟକ: ବାଇକ ଚୋରି ର‌୍ୟାକେଟର ପର୍ଦ୍ଦାଫାସ । କଟକ ଜଗତପୁର ଥାନା ପୋଲିସ କବଜାରେ ୫ ବାଇକ ଲୁଟେରା । ଏକ ଅଟୋ ଚୋରିକୁ ନେଇ ତଦନ୍ତ ବେଳେ ୫ଜଣ ଚୋରଙ୍କୁ ଗିରଫ କରିବା ସହ ୩୫ଟି ଗାଡ଼ି ଜବତ ହୋଇଛି। ଏନେଇ କଟକ ଡିସିପି ପ୍ରତୀକ୍ ସିଂହ ସୂଚନା ଦେଇଛନ୍ତି।

ଏହି ଲୁଟେରାମାନେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଟାର୍ଗେଟ୍ କରି ବାଇକ୍ ଚୋରି କରୁଥିଲେ । କୌଣସି ବିଶେଷ ସୂତ୍ରରୁ ସୂଚନା ପାଇ ପୋଲିସ ଏମାନଙ୍କ ଉପରେ ନଜର ରଖିଥିଲା । ତେବେ ଗ୍ୟାଙ୍ଗର ୫ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିବା ଏସପି କହିଛନ୍ତି ।

Leave A Reply

Your email address will not be published.