Latest Odisha News

BREAKING NEWS

ହଲିଉଡ୍‌ ମୁଭିରେ ରୁଚି ରଖୁଥିବା ଦର୍ଶକଙ୍କ ପାଇଁ ବଡ଼ ଝଟ୍‌କା; ମିଶିଲେ ୟୁନିଭର୍ସାଲ ପିକ୍ଚର୍ସ ଏବଂ ୱାର୍ଣ୍ଣର ବ୍ରୋସ୍‌

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ପାଦନ କମ୍ପାନୀ ୟୁନିଭର୍ସାଲ ପିକ୍ଚର୍ସ ଦେଶରେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ୱାର୍ଣ୍ଣର ବ୍ରୋସ୍‌ ଏଥିପାଇଁ ସହାୟତାର ହାତ ବଢ଼ାଇଛି। ବର୍ତ୍ତମାନ ଦେଶ ତଥା ବିଦେଶରେ ଏହି ଦୁଇଟି ଷ୍ଟୁଡିଓ ଏକତ୍ର ସେମାନଙ୍କ ବ୍ୟବସାୟ ଚଳାଇବ। ଦୁହେଁ ପରସ୍ପରକୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ପରସ୍ପରର ସହଯୋଗ କ୍ରମେ ସେମାନେ ସେମାନଙ୍କର ଚଳଚ୍ଚିତ୍ରକୁ ଅଧିକ ଲୋକପ୍ରିୟ କରିବାରେ ସାହାଯ୍ୟ କରିବେ।

ଏହାର ପରିମାଣ ସ୍ୱରୂପ ୱାର୍ଣ୍ଣର ବ୍ରୋସ୍‌ ଏବଂ ୟୁନିଭର୍ସାଲ୍ ପିକ୍ଚର୍ସ ବର୍ତ୍ତମାନ ସେମାନଙ୍କର ଚଳଚ୍ଚିତ୍ର ପାଇଁ ଏକ ଓଟିଟି ପ୍ଲାଟଫର୍ମ ଆଣିବାକୁ ଯାଉଛନ୍ତି ଏବଂ ଏହି କାରଣରୁ ଭାରତରେ ଦେଖାଯାଉଥିବା ସେମାନଙ୍କର ପ୍ରିମିୟମ୍ ମୁଭି ଚ୍ୟାନେଲ ବନ୍ଦ ହୋଇଯିବ।

 

Leave A Reply

Your email address will not be published.