Latest Odisha News

BREAKING NEWS

ମହାମାରୀରେ ରାଜ୍ୟରୁ ଆଖି ବୁଜିଲେ ଆଉ ୫ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା । ମହାମାରୀ ଜନିତ ଦୈନିକ ମୃତ୍ୟୁସଂଖ୍ୟା ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୪ଜିଲ୍ଲାର ସଂକ୍ରମିତ । କେନ୍ଦୁଝର ଜିଲ୍ଲାରୁ ସର୍ବାଧିକ ଦୁଇ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ ।

ଏଥିସହ ପଢନ୍ତୁ: ରାଜ୍ୟରୁ ୩୭୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହାର ୯୮%

ମୟୂରଭଞ୍ଜରୁ ଜଣେ ୭୫ ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଛନ୍ତି । ମାଲକାନଗିରି ଜିଲ୍ଲାରେ ଜଣେ ମହିଳା କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ନୂଆପଡ଼ା ଜିଲ୍ଲାରେ ଜଣେ ୪୦ ବର୍ଷୀୟ ଯୁବକ ଆଖି ବୁଜିଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୭ଶହ ୬୦କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.