Latest Odisha News

BREAKING NEWS

ଟାଟା ମୋଟର୍ସରେ ଚାକିରି କରି ନଥିବା ସ୍ୱୀକାର କଲେ ଆକାଶ ପାଠକ !

ଭୁବନେଶ୍ୱର: ଜେରା ବେଳେ ଭିଜିଲାନ୍ସ ଆଗରେ ସତ ଓଗାଳୁଛନ୍ତି ପାଠକ ବାପା-ପୁଅ । ଟାଟା ମୋଟର୍ସରେ ଚାକିରି କରି ନଥିଲେ ଆକାଶ ପାଠକ । ପଚରାଉଚରା ବେଳେ ସେ ଭିଜିଲାନ୍ସ ଆଗରେ ଏକଥା ସ୍ୱୀକାର କରିଥିବା ସୂଚନା ମିଳିଛି । ଭିଜିଲାନ୍ସ ପକ୍ଷରୁ ଏନେଇ ସୂଚନା ମିଳିଛି ।

ସେହିପରି ଟାର୍ଟର ପ୍ଲେନରେ ଭ୍ରମଣ କଥା ବି ମାନିଛନ୍ତି ଆକାଶ । ସମ୍ପର୍କୀୟଙ୍କ ସହ ବୁଲିଥିବା ଓ ପୁଳା ପୁଳା ଟଙ୍କା ଖର୍ଚ୍ଚ କରିଥିବା କଥାକୁ ସେ ସ୍ୱୀକାର କରିଥିବା ଜଣାପଡ଼ିଛି । ତେବେ ତାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଡିପୋଜିଟ୍ ନେଇ ବାରମ୍ବାର ବୟାନ ବଦଳାଉଛନ୍ତି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ଆଇଏଫଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇ ମାରାଥନ୍ ଜେରା ଚଳାଇଛି ଭିଜିଲାନ୍ସ । ତଦନ୍ତକାରୀ ଟିମକୁ ବି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି ।
ଏଥିସହ ପଢ଼ନ୍ତୁ: ଆକାଶ ପାଠକଙ୍କ ସତ ଜାଣିବାକୁ ଟାଟା କର୍ତ୍ତୃପକ୍ଷଙ୍କୁ କମିଶନରେଟ ପୋଲିସର ଚିଠି
ସେହିପରି ଆକାଶଙ୍କ ବିରୋଧରେ ଟିକସ ଠକେଇ ଓ ଅର୍ଥ ହେରଫେର ଅଭିଯୋଗ ନେଇ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରି ପାରନ୍ତି । ଆକାଶ ନିଜକୁ ଟାଟା ମୋଟର୍ସରେ ଏମଡି ପରିଚୟ ଦେବା ସହ ଚାକିରି କରାଇ ଦେବାକୁ କହି କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.