Latest Odisha News

BREAKING NEWS

ଭୁବନେଶ୍ୱରକୁ ଫେରୁଛି କରୋନା, ଆଜି ଆଉ ୫ ପଜିଟିଭ୍‌

ଭୁବନେଶ୍ୱର: ଆଜି ଖୋର୍ଦ୍ଧାରେ ଚିହ୍ନଟ ହୋଇଥିବା ୭ ଜଣଙ୍କ ମଧ୍ୟରୁ ରାଜଧାନୀ ଭୁବନେଶ୍ୱରର ୫ ଜଣ ରହିଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ଘରେ ସଙ୍ଗରୋଧରେ ଥିବା ବେଳେ ଅନ୍ୟ ଦୁଇ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଚିନ୍ତାମଣିଶ୍ୱର ବୁଦ୍ଧେଶ୍ୱରୀ ମନ୍ଦିର ନିକଟର ୩୧ ବର୍ଷିୟ ଯୁବକ ରହିଛନ୍ତି । ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ ।

ଅନ୍ୟଜଣେ ପଟିଆ ଅଂଚଳର ୪୧ ବର୍ଷିୟ ବ୍ୟକ୍ତି ଏବଂ ସେ ନିକଟରେ ସାଉଦି ଆରବରୁ ଫେରିଥିଲେ । ସେହିପରି ତୃତୀୟ ଆକ୍ରାନ୍ତ ଖଣ୍ଡଗିରି କୋଳଥିଆ ଅଂଚଳର ୨୬ ବର୍ଷିୟା ମହିଳା । ତାଙ୍କର ପଶ୍ଚିମବଙ୍ଗ ମେଦିନିପୁର ଗସ୍ତ ବିବରଣୀ ରହିଛି । ନୟାପଲ୍ଲୀ ବେହେରା ସାହି ଅଂଚଳର ଆକ୍ରାନ୍ତ ୩୭ ବର୍ଷିୟ ମହିଳା ବାହାର ଜିଲ୍ଲା ଗସ୍ତ କରିଥିଲେ । ଏବଂ ପଂଚମ ଆକ୍ରାନ୍ତ ୨୮ ବର୍ଷିୟ ଯୁବତୀ ଜଣକ ବେସରକାରୀ ହସପିଟାଲର କର୍ମଚାରୀ ।

ଆଜିର ୫ ଜଣ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ଏଯାଏ ୧୨୭ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୨ ଜଣ ସକ୍ରିୟ ରହିଛନ୍ତି । ରାଜଧାନୀରେ ଏଯାଏ ୩ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.