Latest Odisha News

BREAKING NEWS

ରଥଯାତ୍ରା ନେଇ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ସରକାର

ଭୁବନେଶ୍ୱର: ରଥଯାତ୍ରାକୁ ନେଇ ରାଜ୍ୟ ରାଜନୀତି ତେଜିବାରେ ଲାଗିଛି । ରାଜ୍ୟ ସରକାର ଏଯାଏ ଚୂଡାନ୍ତ ନିଷ୍ପତ୍ତି ନେଇନଥିବା ବେଳେ ଆଜି କଂଗ୍ରେସ କହିଛି, ରଥ ପ୍ରସ୍ତୁତ, ସେବାୟତ ବି ପ୍ରସ୍ତୁତ, ଶ୍ରୀମନ୍ଦିର ପ୍ରଶାସନ ବି ପ୍ରସ୍ତୁତ ତେଣୁ ରଥଯାତ୍ରା ହେବାରେ କୌଣସି ଅସୁବିଧା ନାହିଁ ।

ରଥଯାତ୍ରାକୁ ଯିବା ପାଇଁ ଅନ୍ୟମାନଙ୍କୁ ଅନୁମତି ଦିଆନଯାଉ । ସେବାୟତ, ପୋଲିସ ଓ ଯେଉଁମାନଙ୍କର ଆବଶ୍ୟକ ରହିଛି ସେମାନଙ୍କୁ ନେଇ ମହାପ୍ରଭୁଙ୍କ ଘୋଷଯାତ୍ରା କରାଯାଉ । ବିଜେପି ମଧ୍ୟ ଦାବି କରିଛି ଯେ, ସରକାର ତୁରନ୍ତ ନିଷ୍ପତ୍ତି ନେବା ଆବଶ୍ୟକ । ରଥଯାତ୍ରା ଦେଖିବାକୁ ସମଗ୍ର ବିଶ୍ୱବାସୀ ଅପେକ୍ଷା କରିଛନ୍ତି । କରୋନା ସମୟରେ ରଥଯାତ୍ରା ହେଲେ ଗୋଟେ ସକରାତ୍ମକ ବାର୍ତ୍ତା ଯିବ । ତେଣୁ ରଥଯାତ୍ରା ହେଉ ।

ସେପଟେ ବିଜେଡି କହିଛି, ସରକାର ତରବରିଆ ଭାବେ ନିଷ୍ପତ୍ତି ନେବେନାହିଁ । ଶ୍ରୀମନ୍ଦିର ପରିଚାଳନା କମିଟି ଓ ଶଙ୍କରାଚାର୍ଯ୍ୟଙ୍କ ମତାମତ ନେଇ ସରକାର ନିଷ୍ପତ୍ତି ନେବେ । ରୀତିନୀତି ଅନୁସାରେ କାମ ଚାଲିଛି, ଠିକଣା ସମୟରେ ଠିକଣା ନିଷ୍ପତ୍ତି ନେବେ ସରକାର ।

Leave A Reply

Your email address will not be published.