Latest Odisha News

BREAKING NEWS

ତେଲ ଦର ବଢୁଛି, ରାଜନୀତି ବି ତେଜୁଛି

ଭୁବନେଶ୍ୱର: ଲଗାତର ତେଲ ଦର ବୃଦ୍ଧିକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ରାଜ୍ୟ ବିଜେପି କହିଛି, ତୈଳ ଦର ହଠାତ୍ କମିଗଲେ ଦେଶବାସୀଙ୍କ ପାଇଁ କ୍ଷତିକାରକ । ରାଜ୍ୟ ସରକାର ଚାହିଁଲେ ଯେଉଁ ଭାଟ୍ ଆଦାୟ କରୁଛନ୍ତି, ତାକୁ କମ୍ କରି ଦର କମାଇପାରିବେ । ୨୧ ବର୍ଷ ରହିବା ପରେ ବି ଅନ୍ୟ ସୂତ୍ରରୁ ରାଜସ୍ୱ ବୃଦ୍ଧି ନକରି ଭାଟ୍ ଉପରେ ସରକାର ନିର୍ଭର କରୁଛନ୍ତି ।

ସେପଟେ ବିଜେଡି କହିଛି, ଦୁର୍ଭାଗ୍ୟର କଥା ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତେଲ ଦର କମୁଥିବା ବେଳେ ଭାରତ ସରକାର ସେସ୍ ବଢାଇ ଚାଲିଛନ୍ତି । କେନ୍ଦ୍ର ସରକାରଙ୍କୁ ବର୍ତ୍ତମାନ ଯେମିତି ଟଙ୍କାର ଆବଶ୍ୟକତା ରହିଛି ସେହିପରି ଭାବେ ରାଜ୍ୟ ମାନଙ୍କୁ ମଧ୍ୟ ରାଜସ୍ୱ ଭରଣା କରିବାର ଆବଶ୍ୟକତା ରହିଛି । ରାଜସ୍ୱ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆଉ କିଛି ବିକଳ୍ପ ନାହିଁ ।

ସେପଟେ କଂଗ୍ରେସ କହିଛି ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ମିଶି ଲୋକଙ୍କୁ ଲୁଟୁଛନ୍ତି । ଉପା ସରକାର ସମୟରେ ଅଶୋଧିତ ତେଲ ଦର ୧୩୦ ଟଙ୍କା ଥିଲା ବେଳେ ଦର ବଢିଲେ ଉଭୟ ବିଜେପି ଓ ବିଜେଡି ଆନ୍ଦୋଳନକୁ ଓହ୍ଲାଉଥିଲେ । ଏବେ କୁଆଡେ ଗଲେ , କାହିଁକି ଆନ୍ଦୋଳନ କରୁନାହାଁନ୍ତି ।

ଏହାରି ଭିତରେ ଉତ୍କଳ ପେଟ୍ରଲିୟମ ଡିଲର ଆସୋସିଏସନ ସାଧାରଣ ସମ୍ପାଦକ ସଂଜୟ ଲାଠ କହିଛନ୍ତି ଯେ, ଗତ ୩ ମାସ ମଧ୍ୟରେ ଡଲାର ତୁଳନାରେ ଟଙ୍କା ଅଧିକ ଦୁର୍ବଳ ହୋଇଛି । ଫଳରେ ପେଟ୍ରୋଲ କମ୍ପାନୀ ମାନେ ଅଧିକ ଟଙ୍କାରେ ପେଟ୍ରୋଲ ଓ ଡିଜେଲ କିଣୁଛନ୍ତି । ତେଣୁ କମ୍ପାନୀ ମାନେ ଏହି ଦର ନିୟନ୍ତ୍ରଣ କରିପାରିବେ ନାହିଁ । ତେବେ ରାଜ୍ୟ ଓ କେନ୍ଦ୍ର ସରକାର ଚାହିଁଲେ ଦର ନିୟନ୍ତ୍ରଣ ପାଇଁ ଏକ୍ସସାଇଜ ଟାକ୍ସ ଓ ଭାଟକୁ କମାଇ ପାରିବେ ।

Leave A Reply

Your email address will not be published.