Latest Odisha News

ରାଜ୍ୟରୁ କରୋନାରେ ଆଖି ବୁଜିଲେ ଆଉ ୫ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବଢୁଛି । କିନ୍ତୁ ଦୈନିକ ଡେଥ୍ କେସ୍ ପୂର୍ବ ଅପେକ୍ଷା କମିଛି । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ସଂକ୍ରମିତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୪ଟି ଜିଲ୍ଲାର ଆକ୍ରାନ୍ତ ଅଛନ୍ତି ।

ଭୁବନେଶ୍ୱରରୁ କରୋନା ସଂକ୍ରମିତ ଜଣେ ୫୫ ବର୍ଷୀୟ ପୁରୁଷ ଓ ଜଣେ ୭୯ ବର୍ଷୀୟ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି । ସେହିପରି ଜଗତସିଂହପୁର ଜିଲ୍ଲାରୁ ଆଉ ଜଣେ ଆକ୍ରାନ୍ତ ଆଖି ବୁଜିଛନ୍ତି ।

ଏଥିସହ ପଢନ୍ତୁ:୨୭ ଜିଲ୍ଲାରୁ ୪୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୟାଗଡ଼ ଜିଲ୍ଲାରୁ ଜଣେ ୫୦ ବର୍ଷୀୟ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ପୁରୀରେ ଜଣେ ୭୨ ବର୍ଷୀୟ ବୃଦ୍ଧ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୭ଶହ ୬୫କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.