Latest Odisha News

BREAKING NEWS

ନୟାଗଡ଼ ‘ପରୀ’ ହତ୍ୟା ମାମଲା: ଅଭିଯୁକ୍ତ ବାବୁଲି ନାୟକଙ୍କୁ SITର ମାରାଥନ୍ ଜେରା

ନୟାଗଡ଼: ପରୀ ହତ୍ୟା ମାମଲାରେ ତଦନ୍ତକୁ ଜୋରଦାର କରିଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ଘଟଣାର ବିଭିନ୍ନ ଦିଗ ଉପରେ ତନାଘନା ତଦନ୍ତ ଚଳାଇଛନ୍ତି । ଗତକାଲି ପରୀ ମୃତ୍ୟୁର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କ ଘରେ ରେଡ୍ ହୋଇଥିଲା । ଅରୁଣ ବୋଥ୍ରାଙ୍କ ଉପସ୍ଥିତିରେ ବାବୁଲି ନାୟକଙ୍କ ତିନି ମହଲା ଘରର ସମସ୍ତ କୋଠରୀକୁ ଯାଞ୍ଚ କରିଥିଲା ଟିମ୍ ।

ଉଭୟ ବାବୁଲି ଓ ତାଙ୍କ ପୁଅଙ୍କୁ ପ୍ରାୟ ଘଣ୍ଟାଏ ଧରି ପଚରାଉଚରା କରିଥିଲା ଏସଆଇଟି । ବାବୁଲି ଓ ତାଙ୍କ ଚାଳକ ମାଲିକାନାରେ ଥିବା ଗାଡିର ସବିଶେଷ ତଥ୍ୟ ସଂଗ୍ରହ କରାଯାଇଛି । ପଚରାଉଚରା ପରେ ଇଟାମାଟିରେ ଥିବା ଗାଡି ଚାଳକ ବିଜୟ ବେହେରାଙ୍କୁ ତାଙ୍କ ଘରୁ ଉଠାଇ ଆଣିଛି ଏସଆଇଟି । ସର୍କିଟ ହାଉସରେ ତାଙ୍କୁ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପଚରାଉଚରା କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.