Latest Odisha News

କୋଭାକ୍ସିନ ଟୀକା ନେଇଥିବା ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍‌ କରୋନା ପଜିଟିଭ

ନୂଆଦିଲ୍ଲୀ: ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍‌ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ନିଜେ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି, “ମୋ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ମୁଁ ସିଭିଲ୍ ହସ୍ପିଟାଲ୍ ଅମ୍ବାଲା କ୍ୟାଣ୍ଟରେ ଭର୍ତ୍ତି ହୋଇଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ କରୋନା ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।”

BjdElectrycity

ସୂଚନାଯୋଗ୍ୟ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସମୟରେ ଅନିଲ ଭିଜ୍‌ଙ୍କୁ ନଭେମ୍ବର ୨୦ ରେ କରୋନା ଟିକା ଦିଆଯାଇଥିଲା। ରାଜ୍ୟରେ କରୋନା ମହାମାରୀର ସୁରକ୍ଷା ପାଇଁ ଭାରତ ବାୟୋଟେକ ଏବଂ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ କାଉନସିଲ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଥିଲା। କୋଭାକ୍ସିନ୍‌ ପରୀକ୍ଷଣରେ ସ୍ୱେଚ୍ଛାସେବୀ ଭାବେ ପ୍ରଥମେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ନିଜକୁ ଟୀକାକରଣ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜୟ ପୂର୍ବରୁ ଘୋଷଣା କରିଥିଲେ।

Leave A Reply

Your email address will not be published.