Latest Odisha News

ଆଉ ୫ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ; ପଶ୍ଚିମବଙ୍ଗ

କୋଲକାତା: ପଶ୍ଚିମବଙ୍ଗରେ ଅତି କମରେ ପାଞ୍ଚ ଜଣ ବ୍ୟକ୍ତି ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ୍‌ ସଂକ୍ରମିତ ସଂଖ୍ୟା ୧୧ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଏହି ପାଞ୍ଚଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ବିଦେଶରୁ ଫେରି ଥିବାବେଳେ ବାକିମାନଙ୍କର କୌଣସି ବିଦେଶୀ ଭ୍ରମଣ ହିଷ୍ଟ୍ରି ନାହିଁ ବୋଲି ସେ କହିଛନ୍ତି।

“ଗତକାଲି ରାତିରେ ଆମେ ୧୦୭ ଟି ମାମଲାର ଜିନୋମ ସିକ୍ୱେନ୍ସିଂ ରିପୋର୍ଟ ଗ୍ରହଣ କରିଥିଲୁ ଏବଂ ସେମାନଙ୍କ ମଧ୍ୟରୁ ପାଞ୍ଚଟି ଓମିକ୍ରନ୍-ପଜିଟିଭ୍ ବୋଲି ଜଣାପଡିଛି। ଏହି ପାଞ୍ଚ ଜଣ ରୋଗୀଙ୍କ ମଧ୍ୟରୁ ଜଣଙ୍କର ବିଦେଶୀ ଭ୍ରମଣ ହିଷ୍ଟ୍ରି ରହିଛି।

Comments are closed.