Latest Odisha News

BREAKING NEWS

ଏନଏସି ନିର୍ବାଚନ, କିଏ ମାରିବ ବାଜି ?

ଭୁବନେଶ୍ୱର: ରାତି ପାହିଲେ ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ ଫଳାଫଳ। ଯାହାକୁ ନେଇ ଏବେ ରାଜନୀତି ଚଳଚଞ୍ଚଳ। ଆଗକୁ ଝାରସୁଗୁଡ଼ା ଉପନିର୍ବାଚନ ଥିବାରୁ ଏହି ଫଳାଫଳ ବହୁ ଗୁରୁତ୍ୱ ରଖୁଥିବା ଚର୍ଚ୍ଚା ହେଉଛି।

ଉଭୟ ଏନଏସି ଫଳାଫଳ ଯେଉଁ ଦଳ ସପକ୍ଷରେ ଯିବ ସେ ଦଳ ଏହାକୁ ପ୍ରଚାରରେ ବ୍ୟବହାର କରିବ ବୋଲି କୁହାଯାଉଛି। ବରଗଡ଼ର ଅତାବିରା ଓ ଢେଙ୍କାନାଳର ହିନ୍ଦୋଳ ଏନଏସିରେ ମୋଟ ୨୮ ଟି ୱାର୍ଡରେ ନିର୍ବାଚନ ହୋଇଛି। ଅତାବିରାର ୧୨ ଟି ୱାର୍ଡରେ କାଉନସିଲର ପାଇଁ ୩୯ ଜଣ ଓ ଅଧ୍ୟକ୍ଷ ପଦ ପାଇଁ ୪ ଜଣ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଛନ୍ତି। ସେହିପରି ହିନ୍ଦୋଳ ଏନଏସିର ୧୬ ଟି ୱାର୍ଡ ପାଇଁ ୫୦ ଜଣ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ତିନି ଜଣ ପ୍ରତିଦ୍ବନ୍ଦିତା କରିଛନ୍ତି।

ତେଣୁ ନିର୍ବାଚନ ଫଳାଫଳକୁ ସମସ୍ତେ ଅପେକ୍ଷା କରିଛନ୍ତି। ପୂର୍ବରୁ ପଂଚାୟତ ଓ ପୌର ନିର୍ବାଚନରେ ଶାସକ ବିଜେଡି ଭଲ ପ୍ରଦର୍ଶନ କରିଥିବା ବେଳେ ଏଥର ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଚର୍ଚ୍ଚା ହେଉଛି। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମାହୋଲ ସରଗରମ ହୋଇଥିବାରୁ ଉଭୟ ଏନଏସି ଫଳାଫଳ ପ୍ରମୁଖ ଦଳ ପାଇଁ ଗୁରୁତ୍ୱ ରଖୁଛି।

ବରଗଡ଼ର ଅତାବିରା ଓ ଢେଙ୍କାନାଳର ହିନ୍ଦୋଳ ଏନଏସିର କାର୍ଯ୍ୟକାଳ ଏପ୍ରିଲ ୧୨ ତାରିଖରେ ଶେଷ ହେବ । ଏହା ପୂର୍ବରୁ ଉଭୟ ଏନଏସିରେ ନିର୍ବାଚନ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଉଭୟ ଏନଏସିର ୱାର୍ଡ ସୀମା ନିର୍ଦ୍ଧାରଣ ଓ କାଉନସିଲର ଏବଂ ଅଧ୍ୟକ୍ଷ ପଦବୀ ପାଇଁ ଆସନ ସଂରକ୍ଷଣ ଚୂଡାନ୍ତ କରାଯାଇଥିଲା । ଆସନ୍ତାକାଲି ଅର୍ଥାତ ୫ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଉପାଧ୍ୟକ୍ଷ ନିର୍ବାଚନ ଏପ୍ରିଲ ୧୯ ତାରିଖରେ ଅନୁଷ୍ଠିତ ହେବ।

Leave A Reply

Your email address will not be published.