Latest Odisha News

ଓଡିଶାରେ ଆଉ ୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ଓଡିଶାରେ ଆଉ ୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଓଡିଶାରେ ବଢୁଛି ଓମିକ୍ରନ କେଶ୍ । ଆଉ ପାଞ୍ଚ ଜଣ ସଂକ୍ରମିତ ଆଜି ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ।

ଏ ଯେଉଁ ୫ ଜଣ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୪ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ବୟସ ୨୨ ରୁ ୪୪ ମଧ୍ୟରେ ସମସ୍ତଙ୍କର । ତା ଭିତରୁ କତାରରୁ ଜଣେ ,କଙ୍ଗୋରୁ ଜଣେ ,ୟୁଏଇରୁ ଜଣେ ଆସିଛନ୍ତି । ୪ ଜଣଙ୍କ ଟ୍ରାଭେଲ ହଷ୍ଟ୍ରି ଅଛି ।

ହେଲେ ପଞ୍ଚମ ବ୍ୟକ୍ତିଙ୍କ ଟ୍ରାଭେଲ ହଷ୍ଟ୍ରି ନାହିଁ ।ହେଲେ ଏହା ଭିତରେ ସେ ରାୟପୁର ଆଉ ହାଇଦ୍ରାବାଦ ଯାଇଥିଲେ । ଏହା ଭିତରୁ ସମସ୍ତଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ସରିଛି । କିଛି ଲୋକଙ୍କର ପଜିଟିଭ୍ ଆସିଛି । ଏହି ସାମ୍ପୁଲକୁ ଜେନମ ସ୍ବୀକେନ୍ସି ପାଇଁ ପଠାଯାଇଛି ।

Leave A Reply

Your email address will not be published.