Latest Odisha News

ଆଇପିଏଲ ନିଲାମରେ ୫ ଓଡିଆ

ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୨ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୫ଜଣ ଓଡିଆ ଖେଳାଳି । ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ଅଭିଷେକ ରାଉତ, ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତି । ସୟେଦ ମୁସ୍ତାକ ଅଲି ଟ୍ରଫି ଓ ବିଜୟ ହଜାରେରେ ଏହି ଖେଳାଳିମାନେ ପ୍ରଭାବୀ ପ୍ରଦର୍ଶନ କରି ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଓଡିଶା କ୍ରିକେଟ ଆସୋସିଏଶନ ସେକ୍ରେଟାରୀ ସଞ୍ଜୟ ବେହେରା ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଇପିଏଲରେ ଏଥର ଅଧିକ ୨ଟି ଟିମ ସାମିଲ ହୋଇଥିବାରୁ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବା ସମ୍ଭାବନା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି । ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ଅନ୍ୟ ଅଧିକାରୀମାନେ ଏ ନେଇ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Comments are closed.