Latest Odisha News

BREAKING NEWS

ପାକିସ୍ତାନର ୧୨ ଆତଙ୍କୀ ସଂଗଠନ ମଧ୍ୟରେ ୫ର ନଜର ଭାରତ ଉପରେ

କାବୁଲ: ପାକିସ୍ତାନରେ ସକ୍ରିୟ ଥିବା ୧୨ ଆତଙ୍କବାଦୀ ସଂଗଠନ ମଧ୍ୟରୁ ଲଶ୍କର ଓ ଜୈଶ ପରି ୫ ଗୋଷ୍ଠୀର ନଜର ଭାରତ ଉପରେ ରହିଛି । ଆମେରିକା ଗବେଷଣା ସଂସ୍ଥା ସିଆରଏସ ଏହି ତଥ୍ୟ ପ୍ରଦାନ କରିଛି । ଆମେରିକା ଅଫିସରମାନେ ପାକିସ୍ତାନରେ ଆତଙ୍କବାଦୀଙ୍କ ଅନେକ ଅପେରଶନାଲ ବେସର ଚିହ୍ନଟ ମଧ୍ୟ କରିଛନ୍ତି ।

ପାକିସ୍ତାନ କଶ୍ମୀରକୁ ଟାର୍ଗେଟ କରିବା ପାଇଁ ୫ ଆତଙ୍କବାଦୀ ସଂଗଠନ ପ୍ରୋତ୍ସାହିତ କରୁଛି । ଅନ୍ୟଗୁଡିକ ମଧ୍ୟରେ ଆଫଗାନିସ୍ତାନ ଓ ବିଶ୍ୱର ଅନ୍ୟ ସ୍ଥାନଗୁଡିକରେ ଆତଙ୍କ ଖେଳାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ସେହିପରି ଶିୟା ସମୁଦାୟ ଉପରେ ମଧ୍ୟ ଆତଙ୍କବାଦୀମାନେ ଟାର୍ଗେଟ ଯୋଜନା ରଖିଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

Leave A Reply

Your email address will not be published.