Latest Odisha News

BREAKING NEWS

୧୧ ଜିଲ୍ଲାକୁ ପାଣିପାଗ ବିଭାଗର ଚେତାବନୀ, ୨୪ଘଣ୍ଟାରେ ବର୍ଷିବ ଜୋର୍

ଭୁବନେଶ୍ୱର: ୧୧ ଜିଲ୍ଲାକୁ ପାଣିପାଗ ବିଭାଗର ଚେତାବନୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସହ ହେବ ବଜ୍ରପାତ । ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ଭିତରେ ଜୋର୍ ବର୍ଷା ଓ ବଜ୍ରପାତ ହୋବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ୧୧ ଜିଲ୍ଲାରେ ଅଧିକ ବର୍ଷା ନେଇ ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, ସମ୍ୱଲପୁର, ଦେଓଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେଉଁଝର ଏବଂ ମୟୁରଭଞ୍ଜରେ ବର୍ଷା ସହ ବଜ୍ରପାତ ହେବ ବୋଲି ଜଣାପଡ଼ିଛି ।

ଆଗକୁ ଅକ୍ଟୋବର ୨ପର୍ଯ୍ୟନ୍ତ ରାଜ୍ୟର ୧୨ଟି ଜିଲ୍ଲା ପାଇଁ ‌ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୨ଜିଲ୍ଲାରେ ରହିଛନ୍ତି ନୁଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ, ସମ୍ବଲପୁର, ଝରସୁଗୁଡା, ଦେଓଗଡ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଏବଂ ଅନୁଗୁଳ। ଏହି ୧୨ଟି ଜିଲ୍ଲା‌ରେ ଅକ୍ଟୋବର ୨ପର୍ଯ୍ୟନ୍ତ ଗୋଟେ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଅକ୍ଟୋବର ୨ ପରେ ଅକ୍ଟୋବର ୫ପର୍ଯ୍ୟନ୍ତ ପାଗ ସୁଖିଲା ରହିବ ବୋଲି ଭାରତୀୟ ପାଣିପାଗ ବିଷୟରେ କୁହାଯାଇଛି।

Leave A Reply

Your email address will not be published.