ଆମ ପୃଥିବୀର ପ୍ରାକୃତିକ ସୌନ୍ଦର୍ଯ୍ୟ ସବୁଠାରୁ ଭିନ୍ନ । ଧରାପୃଷ୍ଠରେ ଏପରି କେତେକ ସ୍ଥାନ ଅଛି ଯେଉଁଠାରେ ଭୌଗଳିକ ରୂପରେଖ ମଣିଷକୁ ଆଶ୍ଚର୍ଯ୍ୟଚକିତ କରି ଦେଇଥାଏ । ଆପଣମାନେ ବିଶ୍ୱାସ କରିପାରୁଥିବେ କି ମରୁଭୂମି ଓ ସମୂଦ୍ର ଗୋଟିଏ ସ୍ଥାନରେ ଏକତ୍ର ହେଉଥିବେ । ଆସନ୍ତୁ ନଜର ପକାଇବା ସେ ଭଳି କେତେକ ସ୍ଥାନ ଉପରେ.. । ଚିଲିର ଉତର ଦିଗରେ ଥିବା ଇଣ୍ଡିଜ ପର୍ବତର ପଶ୍ଚିମରେ ୧୬୦୦ କିଲୋମିଟର ପର୍ଯ୍ୟନ୍ତ ମରୁଭୂମି ରହିଛି । ଏହି ମରୁଭୂମି ସହ ପ୍ରଶାନ୍ତ ମହାସାଗର ଏଂଫୋଫଗାଷ୍ଟା ସ୍ଥାନରେ ମିଶିଛି । ପ୍ରେମୀ ଯୁଗଳମାନେ ଏଠାକୁ ଆସି ସମୟ କାଟିବାକୁ ପସନ୍ଦ କରିଥାନ୍ତି ।
ନାମ୍ବିଆରେ ରହିଛି ନାମୀବ ମରୁଭୂମି । ଏହାକୁ ଦୁନିଆର ସର୍ବପୁରାତନ ମରୁଭୂମି ମଧ୍ୟ କୁହାଯାଏ । ଏହାର ଶେଷ ଭାଗରେ ଆଟଲାଟିଂକ ମହାସାଗର ମିଶିଛି । ଆଟାର୍କାଟିକା ମହାସାଗର ଓ ଧ୍ରୁବୀୟ ମରୁଭୂମିର ମିଳନ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥାଏ । ଏହି ମରୁଭୂମିର ଚାରିପଟେ କେବଳ ବରଫ ଦେଖିବାକୁ ମିଳିଥାଏ । ସାହାରା ମରୁଭୂମି ଆଟଲାସ ପର୍ବତର ୧୩୦୦ କିଲୋମିଟିର ପର୍ଯ୍ୟନ୍ତ ପରିବ୍ୟାପ୍ତ । ଏହି ମରୁଭୂମି ମାଳି, ମରକ୍କୋ, ମୁରତାନିଆ, ଆଲଜେରିଆ, ଟ୍ୟୁନିସିଆ, ଲିବିୟା, ନାଇଜର, ଚାଦ, ସୁଡାନ ଏବଂ ମିଶର ଦେଶର ସୀମାକୁ ଛୁଇଁଛି । ଶେଷରେ ଏହା ଆଟଲାଂଟିକ ମହାସାଗର ସହ ମିଶିଛି । ଅଷ୍ଟ୍ରେଲିଆର ୧୮ ପ୍ରତିଶତ ଅଂଶ ଅଷ୍ଟ୍ରେଲୀୟ ମରୁଭୂମି ଦ୍ୱାରା ଆଚ୍ଛାଦିତ । ଏହି ଅଂଚଳରେ ଅନ୍ୟ ସ୍ଥାନ ତୁଳନାରେ ୩୫ ପ୍ରତିଶତ କମ ବର୍ଷା ହୋଇଥାଏ । ଶେଷରେ ଏହା ଭାରତ ମହାସାଗର ସହ ମିଶିଛି ।
Comments are closed.