ଭୁବନେଶ୍ଵର: ବିଧାନସଭାରେ ମହାନଦୀ ଝଡ । ସୁରୁଖୁରୁରେ ବିଧାନସଭା ପ୍ରସ୍ନ କାଳ ଚାଲିଥିବା ବେଳେ ମହାନଦୀ ପ୍ରସଙ୍ଗରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ଶାସକ ଦଳର ବିଧାୟକ । ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ । ଛତିଶଗଡ଼ ଡ୍ୟାମ ଗଠନ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ମୁକେଶ ମହାଲିଙ୍ଗ ।
ବିଧାନସଭା ପ୍ରଶ୍ନକାଳ ବେଳେ, ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ୟ୍ୟ ହୀରାକୁଦ ବନ୍ଧ ନେଇ ପ୍ରଶ୍ନ କରି କହିଥିଲେ, ହୀରାକୁଦରେ ସୁକାସୋଢା ଶୁଖିଗଲାଣି, ତେଣୁ କିଛି ବ୍ୟାରେଜ୍ କରିବା ପାଇଁ ସରକାର ଯୋଜନା କରିଛନ୍ତି କି? ଯାହାର ଉତ୍ତରରେ ପୂର୍ବ ସରକାରକୁ ଟାର୍ଗେଟ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଛତିଶଗଡରେ ଯେଉଁ ଡ୍ୟାମ ହୋଇଛି, ତାକୁ ନେଇ ବିଧାନସଭାରେ ଅନେକ ଥର ଆଲୋଚନା ହୋଇଛି । ମୁଁ କିନ୍ତୁ ୨୪ ବର୍ଷର ପ୍ରସଙ୍ଗ ଦୋହରାଇବାକୁ ଚାହୁଁନି । ଆପଣମାନେ ୨୪ ବର୍ଷ ଭିତରେ କେତୋଟି ଡ୍ୟାମ ତିଆରି କରିଥିଲେ? ଥରେ ନିଜକୁ ପଚାରନ୍ତୁ । ଆମ ସରକାର ୮ ମାସ ଭିତରେ ଅନେକ ପ୍ରକଳ୍ପ ପାଇଁ ଯୋଜନା କରି, ଡିପିଆର ପ୍ରସ୍ତୁତ କରୁଛୁ ବୋଲି କହିଛନ୍ତି ମନ୍ତ୍ରୀ ।
Comments are closed.