Latest Odisha News

BREAKING NEWS

୫ଜଣ ପେସ ବୋଲରଙ୍କ ପାଇଁ ସ୍ୱତନ୍ତ୍ର କଂଟ୍ରାକ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ନୂତନ ସେଂଟ୍ରାଲ କଂଟ୍ରାକ୍ଟ ଜାରୀ କରିଛି । ଏହା ବ୍ୟତୀତ ଯୁବ ପେସ ବୋଲରଙ୍କ ପାଇଁ ଏକ ସ୍ୱତନ୍ତ୍ର କଂଟ୍ରାକ୍ଟର ବ୍ୟବସ୍ଥା କରାଯାଇଛି । ଏଥିରେ ୫ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି । ସେମାନେ ହେଲେ ଆକାଶଦୀପ, ବିଦ୍ୱଥ କୱରପ୍ପା, ଉମରାନ ମଲିକ, ବିଜୟକୁମାର ବୈଶାଖ ଓ ୟଶ ଦୟାଲ । ଆକାଶଦୀପ ଇଂଲଣ୍ଡ ବିପକ୍ଷ ରାଂଚୀ ଟେଷ୍ଟରେ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ବେଙ୍ଗଲ ପକ୍ଷରୁ ଖେଳୁଥିବା ଏହି ଯୁବ ବୋଲର ପଦାର୍ପଣରେ ୩ଟି ୱିକେଟ ନେଇ ପ୍ରଭାବିତ କରିଛନ୍ତି । ବିଦ୍ୱଥ କର୍ଣ୍ଣାଟକ ପକ୍ଷରୁ ରଣଜୀ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । କ୍ୱାର୍ଟର ଫାଇନାଲରେ ୧୦ଟି ୱିକେଟ ନେଇଥିବା ବେଳେ ଓଭରାଲ ୫ ମ୍ୟାଚରେ ୨୫ ୱିକେଟ ହାସଲ କରିଥିଲେ । ୟୁପିର ଦ୍ରୁତ ପେସ ବୋଲର ୟଶ ୨୩ ପ୍ରଥମ ଶ୍ରେଣୀ ମ୍ୟାଚରେ ୭୨ ୱିକେଟ ଅକ୍ତିଆର କରିଛନ୍ତି । ଭାରତୀୟ ଟିମରେ ତାଙ୍କୁ ସୁଯୋଗ ମିଳିଥିଲେ ମଧ୍ୟ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ନ ଥିଲେ ।

ଉମରାନ ମଲିକଙ୍କୁ ଭାରତର ସବୁଠାରୁ ଦ୍ରୁତ ପେସ ବୋଲର ଭାବେ ବିବେଚନା କରାଯାଏ । ସେ ୧୫୫ କିମି ପ୍ରତି ଘଂଟା ବେଗରେ ବୋଲିଂ କରିଥାନ୍ତି । ସେ ଅବଶ୍ୟ ଏବେ ଭାରତୀୟ ଦଳରୁ ବାଦ ପଡିଛନ୍ତି । ୧୮ ଆନ୍ତର୍ଜାତୀୟ ମ୍ୟାଚରେ ସେ ୨୪ ୱିକେଟ ନେଇଥିଲେ । କର୍ଣ୍ଣାଟକର ପେସ ବୋଲର ବିଜୟକୁମାର ୨୦ ପ୍ରଥମଶ୍ରେଣୀ ମ୍ୟାଚରେ ୮୬ ୱିକେଟ ନେଇ ସାରିଛନ୍ତି । ସେ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳୁଛନ୍ତି । ସେ ମଧ୍ୟ ଏହି ସ୍ପେଶାଲ କଂଟ୍ରାକ୍ଟରେ ସ୍ଥାନ ପାଇଛନ୍ତି ।

Leave A Reply

Your email address will not be published.