Latest Odisha News

BREAKING NEWS

କାର୍ଡରେ ଭୁଲ ତାରିଖ ଉଲ୍ଲେଖ ଥିଲା, ଦିନକୁ ଆଗରୁ କନ୍ୟା ଘରେ ପଂହଚିଲା ବର

ହମୀରପୁର: ଉତରପ୍ରଦେଶର କୁରାରରେ ଏକ ମଜାଦାର ଘଟଣା ସମ୍ମୁଖକୁ ଆସିଛି । ବିବାହର ଦିନକ ପୂର୍ବରୁ ବର ବ୍ୟାଣ୍ଡ ବାଜା ସହିତ ଝିଅ ଘରେ ପଂହଚି ଯାଇଥିଲା । ଦୁଆର ମୁହଁରେ ବରକୁ ଦେଖି ଝିଅ ଘର ଓ ଗ୍ରାମବାସୀ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ସକିରୋଦୀ ଗ୍ରାମର ସ୍ୱର୍ଗୀୟ ରାମଫଳ ଅନୁରାଗୀଙ୍କ ଝିଅ ରେଖାର ବିବାହ ପାରା ପୁରୱା ଗ୍ରାମର ବେଟାରାମଙ୍କ ସହିତ ସ୍ଥିର ହୋଇଥିଲା । ବିବାହ କାର୍ଡରେ ବାହାଘର ୨୭ ବଦଳରେ ୨୬ ଛପିଥିଲା । ଏହି ତ୍ରୁଟି ପ୍ରତି କେହି ବିଶେଷ ଧ୍ୟାନ ଦେଇ ନ ଥିଲେ । ସେ ଯାହା ହେଉ ଗ୍ରାମବାସୀ ବରପକ୍ଷକୁ ନିରାଶ କରି ନ ଥିଲେ । ସମସ୍ତ ଗ୍ରାମବାସୀ ଏକତ୍ର ହୋଇ ବରଯାତ୍ରୀକୁ ସ୍ୱାଗତ କରିବା ସହ ବିବାହର ଆୟୋଜନ କରାଇଥିଲେ ।

ଏପରିକି ଖୁବ କମ ସମୟରେ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ବିବାହ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା । କନ୍ୟାଘର ଦୁଆର ମୁହଁରୁ ବରଯାତ୍ରୀ ଫେରି ଯାଇଥିଲେ ଏହା ଖରାପ ପ୍ରଭାବ ପକାଇଥାନ୍ତି । ଗ୍ରାମବାସୀଙ୍କ ସହଯୋଗ ଯୋଗୁ ସବୁ କିଛି ଠିକଠାକରେ ହୋଇଯାଇଥିଲା । ତେବେ ଏହି ଘଟଣା ପ୍ରଚାର ହେବା ପରେ ଏହା ଏବେ ଚର୍ଚ୍ଚାର କାରଣ ସାଜିଛି ।

Leave A Reply

Your email address will not be published.