Latest Odisha News

BREAKING NEWS

ଦୟା ନଦୀରୁ ଜଳ ଉଠାଣ ପାଇଁ ତିଆରି ହେବ ୫ ବଡ ପ୍ରକଳ୍ପ

ଭୁବନେଶ୍ବର: ଦୟା ନଦୀରୁ ଜଳ ଉଠାଣ ପାଇଁ  ତିଆରି ହେବ ୫ ମେଗା ପାନୀୟ ଜଳ ପ୍ରକଳ୍ପ । ଆଜି ଗୃହରେ ପିପିଲି ବିଧାୟକଙ୍କ ପ୍ଣା୍ନରେ ଏହି ଉତ୍ତର ରଖିଛନ୍ତି ପାନୀୟ ଜଳ ମନ୍ତ୍ରୀ ରବି ନାଏକ ।

ଏନେଇ ମନ୍ତ୍ରୀ କହିଛନ୍ତି, ଦୟା ନଦୀରେ ଜଳଭଣ୍ଡାର ନିର୍ମାଣ ହେବ । ଡେଲାଙ୍ଗରେ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବ । ଦୟା ନଦୀରୁ ଜଳ ଉଠାଣ ପାଇଁ ଏହି ୫ଟି ପ୍ରକଳ୍ପ ନିର୍ମାଣ ହେବ । ପୂର୍ବ ସରକାର ଜଳ ସଂପଦ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚାହୁଁ ନଥିଲେ । ଠିକ୍ ସମୟରେ ସର୍ଭେ କିମ୍ବା ଡିପିଆର୍ ପ୍ରସ୍ତୁତ ହୋଇନାହିଁ । ଯେଉଁକାରଣରୁ ଯେତେ ଚେଷ୍ଟା କଲେ ବି କିଛି ପ୍ରକଳ୍ପ ୨୦୨୬ରେ ସରିବ ବୋଲି କହିଛନ୍ତି ମନ୍ତ୍ରୀ ।

Comments are closed.