Latest Odisha News

BREAKING NEWS

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲା ୫ ବର୍ଷର ଅଭିମନ୍ୟୁ; ଖାଲି ଦେହରେ ରାହୁଲଙ୍କ ହାତ ଧରି ଚାଲିଲା

ରୋହତକ: ଭାରତ ଯୋଡୋ ଯାତ୍ରାକୁ ନେଇ ବେଶ ଚର୍ଚ୍ଚାରେ ରାହୁଲ ଗାନ୍ଧୀ । ରାହୁଲଙ୍କ ଏହି ଯାତ୍ରାରେ ଏବେ ସାମିଲ ହୋଇଛନ୍ତି ଜଣେ ୫ ବର୍ଷର ଶିଶୁ ।  ଏହି ଶିଶୁକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ରାହୁଲ । ୫ ବର୍ଷର ଅଭିମନ୍ୟୁ ଶର୍ମା ଖାଲି ଦେହରେ ରାହୁଲଙ୍କ ସହ ବୁଲୁ୍‌ଥିବା ଦେଖିବାକୁ ମିଳିଛି । ଶୁକ୍ରବାର ପାନିପତରେ ଅଭିମନ୍ୟୁ ରାହୁଲଙ୍କ ସହ ବୁଲୁଥିଲା । ସେ ଚନ୍ଦ୍ରଶେଖର ଆଜାଦୀଙ୍କ ବେଶ ଧରି ରହୁଲଙ୍କ ହାତ ଧରି ତାଙ୍କ ପାଦରେ ପାଦ ମିଳାଇ ଭାରତଯୋଡୋ ଯାତ୍ରାରେ ଚାଲୁଥିଲା । ଅବଶ୍ୟ ତାର ବୟସ ଦେଖି ତାକୁ ଯାତ୍ରରେ ସାମିଲ କରାଯାଇ ନ ଥିଲା । ତେବେ ଅଭିମନ୍ୟୁଙ୍କ ପିତାମାତାଙ୍କ କହିଛନ୍ତି, ସେ ରାହୁଲ ଗାନ୍ଧିଙ୍କୁ ଦେଖା କରିବାକୁ ଚାହୁଁଥିଲା  ଏବଂ ତାର  ଏହି ସ୍ୱପ୍ନ ଆଜ ପୂରଣ ହୋଇପାରିଛି ।

BjdElectrycity

ରୋହତର ଏଇ ୫ ବର୍ଷର ଅଭିମନ୍ୟୁ ପ୍ରଥମ ଶ୍ରେଣୀର ଛାତ୍ର । ସବୁଠାରୁ ବଡ କଥା ହେଉଛି, ଅଭିମନ୍ୟୁକୁ ଶୀତ ଲାଗେନି କହିଲେ ଚଳେ । ସେ ରାହୁଲଙ୍କୁ ଖାଲି ଦେହରେ ଭେଟିଥିଲା  । ଏପରି କରିବା ପଛରେ ତାର ଉଦ୍ଦେଶ୍ୟ ଥିଲା, ତା ପରି ଅନେକ ଏମିତି ଥଣ୍ଡାରେ ବି ଖାଲି ଦେହରେ ରହିପାରନ୍ତି । ଅଭିମନ୍ୟୁ ନିଜେ କହିଛି, ଅଳ୍ପବାଟ ସେ ରାହୁଲ ଗାନ୍ଧିଙ୍କ ସହ ଚାଲିବା ପରେ ତାଙ୍କୁ ଟଫି ଦେଇ ଘରକୁ ପଠାଇ ଦେଇଥିଲେ ।

ଅଭିମନ୍ୟୁଙ୍କ ବାପା ପେଷାରେ ଜଣେ ଆଇନଜୀବୀ । ସେ କହିଛନ୍ତି, ଏହି ଯାତ୍ରା ଏକ ମହତ ଉଦ୍ଦେଶ୍ୟରେ କରାଯାଉଛି । ତାଙ୍କର ଇଚ୍ଛା ଥିଲା ଏହି ଯାତ୍ରାରେ ସେ ମଧ୍ୟ କିଛି ବାଟ ଚାଲିବେ । ହେଲେ ତାଙ୍କ ପୁଅ ଯେତେବେଳେ କହିଲା ଯେ ସେ ବି ରାହୁଲଙ୍କ ସହ ଭେଟିବାକୁ ଚାହୁଁଛି ସେତେବେଳେ ସେ ଏଠାକୁ ଆସିବାକୁ ନିଷ୍ପତ୍ତି ନେଲେ । ପୁଅକୁ ଚନ୍ଦ୍ରଶେଖର ଆଜାଦ ବେଶରେ ସାଜଇ ସେ ଆଣିଥିଲେ । ଯାହା ହେଉ, ତାଙ୍କର ଆଶା ପୂରଣ ହୋଇଛି । ଅଭିମନ୍ୟୁ ମା ମୋନିକା କହିଛନ୍ତି, ଅଭିମନ୍ୟୁକୁ ଖୁବ କମ ଥଣ୍ଡା ଲାଗେ । ସେ ଯୋଗ କରେ । ରାହୁଲଙ୍କୂ ଭେଟିବା ପରେ ସେ ବହୁତ ଖୁସି ।

Leave A Reply

Your email address will not be published.