Latest Odisha News

BREAKING NEWS

କାର ତଳେ ଘୋଷାଡି ହୋଇ ଆଖି ବୁଜିଥିବା ଅଞ୍ଜଳିଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲେ ଶାହରୁଖ

ନୂଆଦିଲ୍ଲୀ: ମହାନତା ଦେଖାଇଲେ ବଲଉଡ ହିରୋ କିଙ୍ଗ ଖାନ ଶାହରୁଖ । ଅସହାୟ ପରିବାରକୁ ବଢାଇଲେ ସହାୟତାର ହାତ ।  ରାଜଧାନୀ ଦିଲ୍ଲୀରେ ସୁଲତାନପୁରୀ-କଞ୍ଝାବଲା ଘଟଣାରେ ମୃତ୍ ଅଞ୍ଜଳି ସିଂହଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ଶାହରୁଖ । ଶାହରୁଖଙ୍କ ଏନଜିଓ ମିର ଫାଉଣ୍ଡେସନ ପକ୍ଷରୁ ଅଞ୍ଜଳିଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଆାଯାଇଛି । ଅଞ୍ଜଳିଙ୍କ ମାମୁଙ୍କ କହିବା ଅନୁଯାୟୀ,  ଗତକାଲି ସନ୍ଧ୍ୟାରେ ମୀର ଫାଉଣ୍ଡେସନ ପକ୍ଷରୁ ଅଞ୍ଜଳିଙ୍କ ପରିବାରକୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ତେବେ ତାଙ୍କୁ କେତେ ଆର୍ଥିକ ସହାୟତା ଦେଲେ ସେ ନେଇ ମୁହଁ ଖୋଲି ନାହାନ୍ତି ପରିବାର ଲୋକେ ।

BjdElectrycity

ନୂଆବର୍ଷ ପୂର୍ବ ରାତିରେ ୨୦ ବର୍ଷୀୟା ଅଞ୍ଜଳି ସ୍କୁଟରେ ଆସୁଥିବାବେଳେ ତାଙ୍କ ସ୍କୁଟିକୁ ଏକ କାର ଧକ୍କା ଦେଇ ପଳାଇଥିଲା । ଏହି କାର ତଳେ ୧୨ କିମି ଘୋଷାଡି ହୋଇ ଯାଇଥିଲେ ଅଞ୍ଜଳି । ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ଜଣାପଡ଼ିଥିଲା ଅଞ୍ଜଳି ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ଝିଅ ଥିଲେ । ତାଙ୍କ ମା’ଙ୍କ ଦେହ ଅସୁସ୍ଥ । ଭାଇ, ଭଉଣୀ ବି ଛୋଟ ଛୋଟ । ଏପରି ସ୍ଥିତିରେ  ଅଞ୍ଜଳିଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଚଳିବା ଅସମ୍ଭବ ଥିଲା । ତେଣୁ ଶାହରୁଖ ତାଙ୍କ ପରିବାରକୁ ଏହି ସହାୟତା ଯୋଗାଇ ଦେଇଛନ୍ତି ।  ବିଶେଷକରି ତାଙ୍କ ମା’ଙ୍କ ଚିକିତ୍ସା ଏବଂ ଭାଇଭଉଣୀଙ୍କ ପାଠ ପଢା ପାଇଁ ଶାହରୁଖ ଏହି ସହାୟତା ଯୋଗାଇ ଦେଇଛନ୍ତି ।

ଶାହରୁଖ ତାଙ୍କର ଏହି ଏନଜିଓ ନିଜ ବାପା ମୀର ତାଜ ମହମ୍ମଦଙ୍କ ନାମରେ କରିଥିଲେ । ଏହି ସଂସ୍ଥା ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇଥାଏ ।  ଅଞ୍ଜଳିଙ୍କ ମୃତ୍ୟୁ ଘଟଣାରେ ଦିଲ୍ଲୀ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଲାଣି । ଏମାନଙ୍କ ମଧ୍ୟରୁ ୪ ଜଣ କାର ଆରୋହୀ ଥିଲେ । ଦିଲ୍ଲୀ ସରକାର ମଧ୍ୟ ପୀଡିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ।

 

Leave A Reply

Your email address will not be published.