Latest Odisha News

BREAKING NEWS

ୱେବ ସିରିଜ ଶୁଟିଂ ଅବସରରେ ଆହତ ହେଲେ ରୋହିତ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଫିଲ୍ମମେକର ରୋହିତ ସେଟ୍ଟି ଆହତ ହୋଇଛନ୍ତି । ୱେବ ସିରିଜ ଇଣ୍ଡିଆନ ପୋଲିସ ଫୋର୍ସ ଶୁଟିଂ ଅବସରରେ ଏହି ଦୁର୍ଘଟଣା ଘଟିଥିଲା । ରାମୋଜୀ ରାଓ ଷ୍ଟୁଡିଓରେ ଏହାର ଶୁଟିଂ ଚାଲିଥିଲା । ଏକ କାର ଚେଜ ଦୃଶ୍ୟର ଶୁଟିଂ ବେଳେ ତାଙ୍କ ହାତରେ ଆଘାତ ଲାଗିଥିଲା । ରୋହିତଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆ ଯାଇଥିଲା । ସେଠାରେ ମାଇନର ସର୍ଜରୀ କରାଯାଇ ତାଙ୍କୁ ଡିସଚାର୍ଜ କରାଯାଇଛି । ଏହା ଗୁରୁତର ନୁହେଁ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଇଣ୍ଡିଆନ ପୋଲିସ ଫୋର୍ସ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ ।

ସିଦ୍ଧାର୍ଥ ମାଲହୋତ୍ରା, ଶିଳ୍ପା ସେଟ୍ଟି ଓ ବିବେକ ଓବରେୟ ଅଭିନୟ କରୁଛନ୍ତି । ପୂର୍ବରୁ ଏହି ୱେବ ସିରିଜ ଶୁଟିଂ ଅବସରରେ ଶିଳ୍ପା ଓ ସିଦ୍ଧାର୍ଥ ଆହତ ହୋଇ ସାରିଛନ୍ତି । ଚଳିତ ବର୍ଷ ଏହା ରିଲିଜ ହେବ । ରୋହିତ ଆହତ ହେବା ଖବର ପ୍ରକାଶ ପାଇବା ପରେ ପ୍ରଶଂସକ ଏବଂ ହିତକାଂକ୍ଷୀମାନେ ତାଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.