Latest Odisha News

BREAKING NEWS

୫ ବର୍ଷର ଶିଶୁ ଖାଇଗଲା ୪୦ ଚୁଇଂଗମ

ନୂଆଦିଲ୍ଲୀ: ଛୋଟ ପିଲାଙ୍କ ହାତରେ ଯାହା ପଡେ ତାହା ସେମାନେ ପାଟିରେ ପୂରାଇ ଦିଅନ୍ତି । ଏଥିପ୍ରତି ସର୍ବଦା ଅଭିଭାବକମାନେ ସତର୍କ ରହିବା ଉଚିତ । ଆମେରିକାରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହା କି ସମସ୍ତଙ୍କୁ ଚକିତ କରିଦେଇଛି । ୫ ବର୍ଷର ଏକ ଶିଶୁ ୪୦ ଚୁଇଂଗମ ଗିଳି ଦେଇଥିଲା । ପିଲାଟିର ପେଟ ମୋଡି ହେବା ଯୋଗୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସ୍କାନ ରିପୋର୍ଟ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ଚୁଇଁଗମ ଯୋଗୁ ଶିଶୁର ଗ୍ୟାଷ୍ଟ୍ରୋଇଟେଂଷ୍ଟାଇନିଲ ଟ୍ରାକ୍ଟ ବନ୍ଦ ହୋଇ ଯାଇଥିଲା । ଏଣ୍ଡସ୍କୋପି କରିବା ପରେ ଡାକ୍ତର ସଙ୍ଗେ ଅପେରଶନ କରିବାରୁ ପିଲାଟିକୁ ବଂଚାଇବା ସମ୍ଭବପର ହୋଇଥିଲା । ଚୁଇଂଗମ ଯୋଗୁ ପେଟ ଭିତରେ ପଡିଥିବା ଗଂଠିର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କିଛି ଦିନ ତଳେ ଆୟର୍ଲାଣ୍ଡର ଏକ ବୟସ୍କ ମହିଳାଙ୍କ ପେଟରୁ ୫୫ଟି ବ୍ୟାଟେରୀ ବାହାର କରାଯାଇଥିଲା । ପାରିବାରିକ ଅଶାନ୍ତିରେ ଅତିଷ୍ଠ ହୋଇ ମହିଳାଜଣଙ୍କ ଜାଣିଶୁଣି ନିଜକୁ ଅସୁବିଧାରେ ପକାଇବା ପାଇଁ ବ୍ୟାଟେରୀଗୁଡିକ ଖାଇଥିଲେ । ଅବଶ୍ୟ ଅପରେଶନ ସଫଳ ହେବା ଯୋଗୁ ତାକୁ ବଂଚାଇବା ସମ୍ଭବପର ହୋଇଥିଲା ।

Comments are closed.