Latest Odisha News

BREAKING NEWS

ପୋଷାକ ଖୋଲି ପ୍ରତିବାଦ କଲେ ୫୦ ବିମାନ ପରିଚାଳିକା, ବିଶ୍ୱରେ ଚାଂଚଲ୍ୟ

ଓଡିଶା ସମ୍ବାଦ ବ୍ୟୁରୋ: ଇଟାଲିରେ ଅଭିନବ ପ୍ରତିବାଦ । ଚାକିରୀ ହରାଇବା ଓ ଦରମା କାଟକୁ କେନ୍ଦ୍ର କରି ଅଲିଟାଲିଆ ଏୟାରଲାଇନର ବିମାନ ପରିଚାଳିକାମାନେ ପୋଷାକ ଓହ୍ଲାଇ ପ୍ରତିବାଦ କରିଛନ୍ତି । ଏହି ଘଟଣାକୁ ନେଇ ସାରା ବିଶ୍ୱରେ ହଟଚମଟ ସୃଷ୍ଟି ହୋଇଛି ।

ଇଟାଲୀର ରାଜଧାନୀ ରୋମର ଟାଉନ୍ ହଲ୍ ସାମ୍ନାରେ ୫୦ରୁ ଅଧିକ ବିମାନ ପରିଚାଳିକାମାନେ ପୋଷାକ ଓହ୍ଲାଇ ଚୁପଚାପ୍ ଏଭଳି ପ୍ରତିବାଦ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ ଅଲିଟାଲିୟା ଏୟାରଲାଇନ ବିଭାଜିତ ହୋଇ ଆଇଟିଏ ଏୟାରଲାଇନରେ ରୂପାନ୍ତରିତ ହୋଇଥିଲା । ଏହି ପ୍ରକ୍ରିୟାରେ କିଛି ବିମାନ ପରିଚାଳିକା ଚାକିରୀ ହରାଇଥିଲେ । ସେହିଭଳି ଅନ୍ୟ କିଛି ପରିଚାଳିକାଙ୍କର ଦରମା କାଟ୍ ହୋଇଥିଲା ।

ନୂତନ ଭାବେ ଗଢିଥିବା କମ୍ପାନୀର ନିଷ୍ପତ୍ତିକୁ ବିରୋଧ କରି ବିମାନ ପରିଚାଳିକା ପୋଷାକ ଖୋଲିଥିଲେ ସୁଦ୍ଧା ସମ୍ପୁର୍ଣ୍ଣ ନିର୍ବସ୍ତ୍ର ନହୋଇ ପ୍ରତିବାଦ କରିବାରେ ନଜର ଆସିଥିଲେ । ଏହି ଘଟଣା ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚା ସାଉଣ୍ଟିଛି ।

Leave A Reply

Your email address will not be published.