Latest Odisha News

BREAKING NEWS

ମେସେଜ୍ କଲେ ଫେରିପାଇବେ ଚୋରି ହୋଇଥିବା ମୋବାଇଲ୍

ଭୁବନେଶ୍ୱର: ମେସେଜ୍ କଲେ ଫେରିପାଇବେ ଚୋରି ହୋଇଥିବା ମୋବାଇଲ୍ । ଶହୀଦନଗର ଥାନାରେ ମୋବାଇଲ ମେଳା । ଚୋରି ମୋବାଇଲ ଫେରାଇଲା ପୋଲିସ । ଚୋରି ହୋଇଥିବା ୪୦ ଜଣଙ୍କୁ ମୋବାଇଲ ଫେରାଇଛି ପୋଲିସ । ଚୋରି ହୋଇଥିବା ମୋବାଇଲ କେବେ ପାଇବା ନେଇ ଆଶା ରଖିନଥିଲେ ।

ମୋବାଇଲ ଧରିବାରେ ଶହୀଦନଗର ଥାନାର ପିଓପିଡି ଟିମର ଭୂମିକା ରହିଛି । ଭୁବନେଶ୍ବରରେ ବିଭିନ୍ନ ସମୟରେ ଲୋକମାନଙ୍କ ରାସ୍ତାରେ ହେଉ ଅବା ମର୍ଣ୍ଣିଂ ୱାର୍କ କରୁଥିବାବେଳେ ମୋବାଇଲ୍ ଲୁଟେରାମାନେ ସ୍ପିଡ ବାଇକରେ ଆସି ଝାମ୍ପି ନେଇଥିଲେ । ଗତ ସପ୍ତାହରେ ଭୁବନେଶ୍ୱରରେ ୩ ଜଣିଆ ମୁକ ବଧିର ଅଭିନୟ କରୁଥିବା ତାମିଲ ଗ୍ୟାଙ୍ଗକୁ ଧରିଥିଲା ପୋଲିସ । ସେମାନଙ୍କ ଠାରୁ ୪୦ ମୋବାଇଲ ଜବତ କରିଥିଲା ।

ବିଭିନ୍ନ ଥାନା ଅଞ୍ଚଳରୁ ଚୋରି ହୋଇଥିବା ୫ ଶହ ମୋବାଇଲ ଜବତ କରିଛି ପୋଲିସ । ମୋବାଇଲ ପାଇବା ପାଇଁ ପୂର୍ବରୁ ଷ୍ଟ୍ରିଟ କ୍ରାଇମ ପାଇଁ ଜାରି ହୋଇଥିବା ମୋବାଇଲ ହ୍ୱାଟସ୍ଆପ୍ ନମ୍ବର ୭୦୭୭୭୯୮୧୧୧ ଜାରି କରିଛି ପୋଲିସ । ସମ୍ପୃକ୍ତ ନମ୍ବରରେ ଲୋକମାନେ ମୋବାଇଲ ନମ୍ବର ଓ ଆଇଏମଇ ନମ୍ବର ହ୍ୱାଟସ୍ଆପ୍ କରନ୍ତୁ ବୋଲି ଡିସିପି ଅପିଲ କରିଛନ୍ତି ।

Leave A Reply

Your email address will not be published.