ଭୁବନେଶ୍ୱର: କେନ୍ଦୁପତ୍ର ହିତାଧିକାରୀ ମାନଙ୍କ କଲ୍ୟାଣ ପାଇଁ ‘ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳି ଯୋଜନା’ ମାଧ୍ୟମରେ ରାଜ୍ୟ ସରକାରଙ୍କ ଦ୍ଵାରା ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦୁପତ୍ର ହିତାଧିକାରୀ ମାନଙ୍କ କଲ୍ୟାଣ ପାଇଁ, ଆମ ସରକାର, ୨୦୨୪ କେନ୍ଦୁପତ୍ର ଶସ୍ୟ ବର୍ଷ ପାଇଁ ୮,୫୯,୪୪୯ ଜଣ କେନ୍ଦୁପତ୍ର ତୋଳାଳି ମାନଙ୍କ ପାଇଁ ଶତକଡା ୨୫ ହାରରେ ୫୨.୬୩ କୋଟି ଟଙ୍କ । ଲାଭାଂଶ ପ୍ରଦାନ କରିବାପାଇଁ ଘୋଷଣା କରିଛନ୍ତି । ୮,୫୯,୪୪୯ ଜଣ ତୋଳାଳୀଙ୍କ ମଧ୍ୟରୁ ୮୩.୯୨% ମହିଳା ଅଟନ୍ତି ।
ସେହିପରି, ୨୦,୫୦୨ ଜଣ କେନ୍ଦୁପତ୍ର ବନ୍ଧେଇ ଶ୍ରମିକମାନଙ୍କୁ ଶତକଡା ୫ ହାରରେ ୧.୯୪ କୋଟି ଟଙ୍କା ପ୍ରୋତ୍ସାହନ ରାଶି ଏବଂ ୧୬,୭୫୪ ଜଣ କେନ୍ଦୁପତ୍ର ସାମୟିକ କର୍ମଚାରୀମାନଙ୍କୁ ଶତକଡା ୫ ହାରରେ ୪.୯୯ କୋଟି ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବାପାଇଁ ଆମ ସରକାର ଘୋଷଣା କରିଛନ୍ତି ।
ଉପରୋକ୍ତ ଲାଭାଂଶକୁ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ (ଡ଼ିବିଟି) ମାଧ୍ୟମରେ ପ୍ରଦାନ କରାଯାଉଛି । ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳି ଯୋଜନାର ସଫଳ ରୂପାୟନ ପାଇଁ ୨o୨୪-୨୫ ଆର୍ଥିକ ବର୍ଷରେ “ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି” ମାଧ୍ୟମରେ ୫୦.୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି ।
Comments are closed.