Latest Odisha News

BREAKING NEWS

ଦିନକରେ କରୋନା ଦେଶରୁ ନେଲା ୫୦ ଡାକ୍ତରଙ୍କ ଜୀବନ, ସେକେଣ୍ଡ ଓ୍ୱେଭରେ କେବଳ ୨୨୪ ମୃତ

ନୂଆଦିଲ୍ଲୀ: ଜୀବନ ନେଉଛି କରୋନା । ଦିନକରେ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି । ଗୋଟିଏ ଦିନରେ ଦେଶରୁ ୫୦ ଜଣ ଡାକ୍ତର ମୃତ୍ୟୁବରଣ କରିଛନ୍ତି । ଭାରତୀୟ ମେଡିକାଲ ଆସୋସିଏସନ (ଓଗଇ) ପକ୍ଷରୁ ଏହି ସୂଚନା ମିଳିଛି । କେବଳ ଦ୍ୱିତୀୟ ଲହରରେ ୨୪୪ ଜଣ ଡାକ୍ତରଙ୍କ ମୃତ୍ୟୁ ହେଲାଣି । ବିହାରରେ ସର୍ବାଧିକ ୬୯, ଉତ୍ତରପ୍ରଦେଶରେ ୩୪ ଓ ଦିଲ୍ଲୀରେ ୨୭ ଜଣ ଡାକ୍ତର କରୋନାରେ ପ୍ରାଣ ହରାଇଛନ୍ତି ।

କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ଡାକ୍ତରଙ୍କ ମଧ୍ୟରୁ କେବଳ ୩ ପ୍ରତିଶତ ଟିକାର ଦୁଇଟି ଡୋଜ୍ ନେଇଛନ୍ତି । ବହୁ ଡାକ୍ତର ଟିକା ନେଇ ନଥିଲେ । ଦେଶରେ ଟିକାକରଣକୁ ପାଞ୍ଚ ମାସ ବିତିଥିଲେ ବି ଏଯାଏ ମାତ୍ର ୬୬ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି ।

ସବୁଠୁ କନିଷ୍ଠ ଡାକ୍ତର ଅନାସ ମୁଜାହିଦ ମାତ୍ର ୨୫ ବର୍ଷ ବୟସରେ କରୋନାରେ ପ୍ରାଣ ହରାଇଛନ୍ତି । ସେ ଦିଲ୍ଲୀର ଗୁରୁ ତେଗ ବାହାଦୁର ହସ୍ପିଟାଲାରେ ରେସିଡେଣ୍ଟ ଡାକ୍ତର ଭାବରେ କାର୍ୟ୍ୟରତ ଥିଲେ । ଗତବର୍ଷ ପ୍ରଥମ ଲହରରେ ଦେଶରେ ୭୩୬ ଜଣ ଡାକ୍ତର କରୋନାରେ ମୃତ୍ୟୁବରଣ କରିଥିଲା ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ କହିଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି ହଜାରେ ଜଣ ଡାକ୍ତରଙ୍କ ଜୀବନ ଗଲାଣି ।

Leave A Reply

Your email address will not be published.