Latest Odisha News

BREAKING NEWS

ଭୋଜି ଖାଇ ୫୦ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ବଲାଙ୍ଗୀର: ଭୋଜି ଖାଇ ୫୦ ଅସୁସ୍ଥ । ସମସ୍ତେ ହସ୍ପିଟାଲରେ ଭର୍ତ୍ତି । ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ଗାଁ ରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଗାଁରେ ୫୦ ରୁ ଅଧିକ ଲୋକ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୭ଜଣଙ୍କ ଅବସ୍ଥା ଗୁରୁତର ରହିଥବା ବେଳେ ସେମାମନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ଅନ୍ୟମାନଙ୍କର ଚିକିତ୍ସା କରୁଛନ୍ତି ।

ସୂଚନା ଅନୁସାରେ, ଗତ ୫ଦିନ ହେଲା ଗାଁରେ ଚାଲିଥିବା ରାମଲୀଳା କାର୍ଯ୍ୟକ୍ରମରେ ଗାଁର ସମସ୍ତ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ୫ଦିନ ହେଲା ଗାଁର ଅଧିକାଂଶ ଲୋକ ସେଠାରେ ଭୋଜି ଖାଇଥିଲେ । ତେବେ ଗତ କାଲିଠୁ ସମସ୍ତଙ୍କ ଦେହ ଅସୁସ୍ଥ ହେବl ସହ ଝlଡାବାନ୍ତି ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଖବର ପାଇ ଅର୍ଜୁନପୁର ଓ ଦେଓଗାଁରର ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ଅନ୍ୟମାନଙ୍କୁ ଚିକିତ୍ସା କରିଥିଲେ। ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି । ତେବେ ଏହାର କାରଣ ଭୋଜି ଖାଦ୍ୟ କିମ୍ବା ପାଣି ସେନେଇ ଏଯାବତ୍ ସୂଚନା ମିଳିନଥିବା ବେଳେ ଡାକ୍ତରିଟିମ୍ ଏହାର କାରଣ ଖୋଜୁଛନ୍ତି ।

Comments are closed.