Latest Odisha News

BREAKING NEWS

ମାଲକାନଗିରି ଚାଲାନଗୁଡ଼ାରୁ ଜବତ ହେଲା ୩୦ ଲକ୍ଷ ଟଙ୍କା, ୨ ଗିରଫ

ମାଲକାନଗିରି: ଓଡ଼ିଶା-ଛତିଶଗଡ଼ ସୀମା ମାଲକାନଗିରି ଚାଲାନଗୁଡ଼ାରୁ ଜବତ ହେଲା ୩୦ ଲକ୍ଷ ଟଙ୍କା । ନିର୍ବାଚନ ନେଇ ଗତକାଲି ସୀମାରେ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ଧରାପଡ଼ିଛି ଏତେ ପରିମାଣର ଟଙ୍କା । ଛତିଶଗଡ଼ ତରଫରୁ ଆସୁଥିବା ଏକ କାରକୁ ଯାଞ୍ଚ କରିଥିଲା ପୋଲିସ। ଯାଞ୍ଚ ବେଳେ ଏତେ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି।

ସୂଚନାନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଛତିଶଗଡର ସୁକମା ଜିଲ୍ଲାରୁ ରାଜ୍ୟକୁ ପ୍ରବେଶ କରୁଥିବା ବେଳେ ପୋଲିସ କାରଟିକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ କରିବା ବେଳେବହୁ ପରିମାଣର ନଗଦ ଟଙ୍କା ଜବତ କରିଛି। ତେବେ ଉକ୍ତ କାରରେ ଥିବା ବ୍ୟକ୍ତିଙ୍କୁ ଟଙ୍କା ସମ୍ପର୍କରେ ପଚାରିବାକୁ ନଗଦ ଟଙ୍କା ବିଷୟରେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ତେଣୁ କାରରେ ଯାତ୍ରା କରୁଥିବା ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଜବତ ହୋଇଥିବା ନଗଦ ଟଙ୍କା କେଉଁ କାରଣ ପାଇଁ ଏବଂ ଏହାର ଉଦ୍ଦେଶ୍ୟ ଜାଣିବା ପାଇଁ ତଦନ୍ତ ଚାଲିଛି।

ଏହାପୂର୍ବରୁ ସୋନେପୁର ଜିଲ୍ଲାର ଏକ କାରରୁ ୫୫ ଲକ୍ଷ ଟଙ୍କା ଜବତ କରାଯାଇଛି, ଯାହା ରାଜ୍ୟରେ ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗୋଟିଏ ଅପରେସନରେ ସର୍ବାଧିକ ନଗଦ ଟଙ୍କା ଜବତ ହୋଇଥିବା କୁହାଯାଉଛି।

ସୂଚନାଯୋଗ୍ୟ, ମାର୍ଚ୍ଚ ୧ ରୁ ଏପ୍ରିଲ ୧୭ ତାରିଖ ମଧ୍ୟରେ ରାଜ୍ୟରେ ୧୧୮.୬୫ କୋଟି ଟଙ୍କା ମୂଲ୍ୟର ପ୍ରୋତ୍ସାହନ ରାଶି ଆକାରରେ ଜବତ ହୋଇଛି। ଏଥିରେ ୨.୭ କୋଟି ଟଙ୍କା, ୧୮.୧୯ କୋଟି ଟଙ୍କା ମୂଲ୍ୟର ମଦ, ୪୩.୬୯ କୋଟି ଟଙ୍କାର ଡ୍ରଗ୍ସ ଏବଂ ନିଶା, ୭.୧୭ କୋଟି ଟଙ୍କା ମୂଲ୍ୟର ମୂଲ୍ୟବାନ ଧାତୁ ରହିଛି ଏବଂ ୪୭.୪୪ କୋଟି ମୂଲ୍ୟର ଅନ୍ୟାନ୍ୟ ଜିନିଷ ମଧ୍ୟ ସାମିଲ ରହିଛି।

 

Leave A Reply

Your email address will not be published.