Latest Odisha News

BREAKING NEWS

କାଳିଆ ଯୋଜନାରେ ୫୦ ଲକ୍ଷ ହିତାଧିକାରୀ ପାଇଛନ୍ତି ସହାୟତା ରାଶି: ମନ୍ତ୍ରୀ

ଭୁବନେଶ୍ୱର : କାଳିଆ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନାରେ ରାଜ୍ୟ ସରକାର ପାଖାପାଖି ୫୦ ଲକ୍ଷ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଥିବା ନେଇ ବୁଧବାର ଦିନ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, “ଏହି କାଳିଆ’ ଯୋଜନାରୁ ଯେପରି ରାଜ୍ୟର କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ନପଡନ୍ତି, ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଜର ରଖିଛନ୍ତି । ଯଦି କେହି ପ୍ରକୃତ ହିତାଧିକାରୀ କୌଣସି କାରଣରୁ ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି, ତେବେ ସେମାନଙ୍କୁ ତୁରନ୍ତ ଚିହ୍ନଟ କରି ଏହି ଯୋଜନାରେ ସାମିଲ୍ କରାଯିବ । ସେଥିଲାଗି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ସେଥିପାଇଁ ରାଜ୍ୟ କୃଷି ବିଭାଗ ପକ୍ଷରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ ଚାଷୀ, କୃଷି ଶ୍ରମିକ, ଭାଗଚାଷୀଙ୍କୁ ଏହି ଯୋଜନାରେ ସାମିଲ କରିବା ଲାଗି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି” ।

“ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ, ବାକି ରହିଥିବା ହିତାଧିକାରୀଙ୍କୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏଁ ବର୍ଷକୁ ଏହି ସହାୟତା ରାଶି ପ୍ରଦାନ କରାଯିବ,” ବୋଲି ଶ୍ରୀ ସାହୁ କହିଛନ୍ତି ।

ସେହିପରି ଧାନମଣ୍ଡିରେ ଧାନ ପଡ଼ିରହିଥିବା ପ୍ରସଙ୍ଗରେ କୃଷିମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖି କହିଛନ୍ତି, ଚଳିତ ବର୍ଷ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟଠାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇପାରିଛି । ଚଳିତ ବର୍ଷ ମଧ୍ୟ ୫୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିଲା ସମବାୟ ବିଭାଗ । ମାତ୍ର ଏହିବର୍ଷ ଏହି ଧାର୍ଯ୍ୟଲକ୍ଷ୍ୟକୁ ଟପିଯାଇ ୬୫ ଲକ୍ଷ୍ୟ ମେଟ୍ରିକ୍ ଟନ ଧାନ ସଂଗ୍ରହ କରାଯାଇପାରିଛି ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.