Latest Odisha News

ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ୫୦ ପ୍ରତିଶତ ଶେଷ

ଅଯୋଧ୍ୟା: ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ସଂପର୍ନ୍ନ ହୋଇଛି । ପ୍ରଥମ ମହଲା କାର୍ଯ୍ୟ ୨୦୨୩ ସୁଦ୍ଧା ସରିବ । ଏବେ ମନ୍ଦିର ନିର୍ମାଣ କାର୍ଯ୍ୟ ୫୦ ପ୍ରତିଶତ ଶେଷ ହୋଇଛି । ୨୦୨୪ ଜାନୁଆରୀରେ ପ୍ରଭୁ ଶ୍ରୀରାମ ମନ୍ଦିରରେ ବିରାଜମାନ କରିବେ ବୋଲି କହିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଂପାଦକ ଚମ୍ପତ୍ତି ରାୟ ।

ଦୀପାବଳି ପୂର୍ବଦିନ ମନ୍ଦିର ନିର୍ମାଣ କାର‌୍ୟ୍ୟ ଦେଖିଥିଲେ ପ୍ରଧାନମନ୍ତ୍ରୀ । ଆଉ ଦିନକ ପରେ ଏହା କୁହାଯାଇଛି ଯେ ମନ୍ଦିର ନିର୍ମାଣ କାର‌୍ୟ୍ୟ ଜୋରସୋରରେ ଚାଲିଛି । ଆସନ୍ତା ଜାନୁଆରୀ ୨୦୨୪ରେ ଭକ୍ତଙ୍କ ପାଇଁ ଖୋଲାଯିବ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ଟ୍ରଷ୍ଟର ସମ୍ପାଦକ ଚମ୍ପତି ରାଏ କହିଛନ୍ତି । ପ୍ରଥମରୁ ଯେଉଁ ସମୟ ଦିଆଯାଇଥିଲା ସେହି ସମୟ ମଧ୍ୟରେ ମନ୍ଦିର ନିର୍ମାଣ କାର‌୍ୟ୍ୟ ଶେଷ ହୋଇଯିବ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସବୁ ମାସରେ ମନ୍ଦିର ନିର୍ମାଣ କାର‌୍ୟ୍ୟ ନିରୀକ୍ଷଣ କରୁଛନ୍ତି । ମନ୍ଦିର ସିଂହଦ୍ବାର ନିର୍ମାଣ କାର‌୍ୟ୍ୟ ସହ ୧୨ଟି ମୁଖ୍ୟ ଗେଟ ରହିବ । ରାମ ମନ୍ଦିର ପାଇଁ ୩୯୨ ପିଲାର ନିର୍ମାଣ କରାଯାଉଛି । ଭୂମିକମ୍ପ ସହନଶୀଳ ଶୈଳୀରେ ମନ୍ଦିର ନିର୍ମାଣ ହେଉଛି । ମନ୍ଦିର ପାର୍ଶ୍ବରେ ଆଉ ୫ଟି ମନ୍ଦିର ମଧ୍ୟ ନିର୍ମାଣ ହେବ ।

Leave A Reply

Your email address will not be published.