Latest Odisha News

BREAKING NEWS

୪ ବର୍ଷ ପରେ ଟପ ଫାଇଭକୁ ଫେରିଲେ ସିନ୍ଧୁ

ମୁମ୍ବାଇ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ୪ ବର୍ଷ ପରେ ବିଶ୍ୱ ର‌୍ୟାଙ୍କିଙ୍ଗରେ ପ୍ରଥମ ୫ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଆଘାତପ୍ରାପ୍ତ ହେବା ସତ୍ୱେ ସେ ଗୋଟିଏ ସ୍ଥାନ ଉନ୍ନୀତ ହେବାରେ ସଫଳ ହୋଇଛନ୍ତି । ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡାର ମହିଳା ସିଙ୍ଗଲ୍ସରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହା ପରେ ଆଘାତ ସମସ୍ୟା ଯୋଗୁ କେତେକ ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରି ନାହାନ୍ତି । ୨୦୧୮ ଗୋଲ୍ଡ କୋଷ୍ଟ ମିକ୍ସଡ ଇଭେଂଟରେ ସେ ସ୍ୱର୍ଣ୍ଣ ଜିତିଥିଲେ । ଏହା ବ୍ୟତୀତ ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହା ପରେ ୨୦୧୯ରେ ସେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲେ ।

ପୁରୁଷ ସିଙ୍ଗଲ୍ସରେ ଏଚଏସ ପ୍ରଣୟ ଗୋଟିଏ ସ୍ଥାନ ଉପରକୁ ଉଠି ୧୨ତମ ସ୍ଥାନରେ ରହିଛନ୍ତି । କିଦାମ୍ବି ଶ୍ରୀକାନ୍ତ ୧୧ତମ ଏବଂ ଲକ୍ଷ୍ୟ ସେନ ୮ମ ସ୍ଥାନ ହାସଲ କରିଛନ୍ତି । ସାତ୍ୱିକ ସାଇରାଜ ରେଡ୍ଡୀ ଓ ଚିରାଗ ସେଟ୍ଟୀ ୮ମ ସ୍ଥାନ ଏବଂ ଧ୍ରୁବ-ଅର୍ଜୁନ ଯୋଡି ୧୯ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

Leave A Reply

Your email address will not be published.