Latest Odisha News

BREAKING NEWS

ପ୍ରଚାରରେ ଦୁଲୁକୁଛି ଧାମନଗର, ଘରକୁ ଘର ବୁଲି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ

ଭଦ୍ରକ: ଧାମନଗରରେ ବଢ଼ୁଛି ନିର୍ବାଚୀନ ପାରା । ଜମୁଛି ପ୍ରଚାର । ଘରକୁ ଘର ବୁଲି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ । ଆଜି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଧୁଷୁରୀର ହସିନାବାଦ ଓ ଅର୍ଜୁନପୁର ପଞ୍ଚାୟତରେ ପ୍ରଚାର କରିଛନ୍ତି । ଗାଁର ମହିଳାମାନେ ସୂର୍ଯ୍ୟବଂଶୀଙ୍କୁ ବନ୍ଦାପନା କରି ନେଇଥିବା ବେଳେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ କରୁଛନ୍ତି । ସରକାର ଦୁର୍ନୀତି ଭ୍ରଷ୍ଟାଚାରରେ ବୁଡ଼ି ରହିଥିବାରୁ ଲୋକେ ବିଜେପିକୁ ଭୋଟ୍ ଦେବେ ବୋଲି କହିଛନ୍ତି ପ୍ରତାପ ଷଡ଼ଙ୍ଗୀ ।

ସେପଟେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ୁଥିବା ରାଜେନ୍ଦ୍ର ଦାସ ଆଜି ବମକୁରା, ଖଡ଼ିମାରା ଓ ଅର୍ଜୁନପୁର ପଞ୍ଚାୟତରେ ଘର ଘର ବୁଲି ଭୋଟ୍ ମାଗୁଛନ୍ତି । ଲୋକଙ୍କୁ ନିଜ ସପକ୍ଷରେ ଆଣିବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି ରାଜୁ ଦାସ । ସୂର୍ଯ୍ୟୋପରାଗ ପାଇଁ ଆଜି ବିଜେଡି ପ୍ରଚାର କରିନଥିବା ଜଣାପଡ଼ିଛି ।

ନିର୍ବାଚନକୁ ଆଉ ୮ ଦିନ ବାକି ଥିବାବେଳେ ସବୁ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି । ଘନ ଘନ ପ୍ରଚାର ଭିତରେ ଧାମନଗରରେ ନଭେମ୍ବର ୩ରେ ଭୋଟ୍ ପଡ଼ିବ । ୬ରେ ଭୋଟ୍ ଗଣତି ପରେ ଜଣା ପଡ଼ିବ କାହାକୁ ବିଶ୍ୱାସକୁ ନେଉଛନ୍ତି ଧାମନଗରବାସୀ ।

Leave A Reply

Your email address will not be published.