ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ‘ଭାଷା ଭାଗବତ’
ଭାବିଲେ ସୁଦ୍ଧା ଦୀର୍ଘକାଳ
ନ ଲେଖି ଭାବିଲେ କେବଳ
ବ୍ୟକ୍ତିଟେ ହୁଅଇ ଭାବୁକ
କେବେ ବି ହୁଏନି ଲେଖକ
ଲେଖିବା ମୁହୂର୍ତରେ ଯାହା
ମନକୁ ଆସେ ଲେଖି ତାହା
ସ୍ବପ୍ନ ଅଥବା ପୂର୍ବସ୍ମୃତି
ଲେଖକ ହୋଇପାରେ ବ୍ୟକ୍ତି
ସମକାଳୀନ ସ୍ବାନୁଭୂତି
ଆଧାରିତ ହେଲେ ହିଁ କୃତି
ପାଲଟେ ଅଂଗେନିଭା ସତ୍ୟ
କଦାପି ହୁଏନି ଅନିତ୍ୟ
ଯାହା ପୂର୍ଣତଃ ବାସ୍ତବିକ
ତାହା ହିଁ କବି ଓ ଲେଖକ
ଯଦି ଲେଖଂତି ନିରଂତର
ସାହିତ୍ୟ ହୁଅଇ ସୁଂଦର
ସାହିତ୍ୟ ହେଲେ ଭୂମିଲଗ୍ନ
ହୁଏନି କେବେ ସତ୍ୟ ଭଗ୍ନ
ଅଧିକ କଳ୍ପନାପ୍ରବଣ
ରଚନା ହୁଏ ଭାବହୀନ
ଇଚ୍ଛା, କାମନା, ଅଭିଳାଷ
ମନରେ କରିଥାଂତି ବାସ
ଏ ସବୁ କଲେ ନିୟଂତ୍ରଣ
ହୁଏ ଭାବର ବିସ୍ଫୋରଣ
ଭାବକୁ କଲେ ଲିପିବଦ୍ଧ
ରଚନା ହୁଅଇ ସମୃଦ୍ଧ
ଲୁଚାଇ ରଖିଲେ ସତ୍ୟତା
ସାହିତ୍ୟ ମନଗଢ଼ା ମିଥ୍ୟା
ମିଥ୍ୟାର ତୀବ୍ର ଆକର୍ଷଣ
ଏଡ଼ାଇ ପାରେ ଯେଉଁ ଜନ
ସର୍ବଦା ହୋଇ ସତ୍ୟାସୀନ
କରେ ସେ ସାହିତ୍ୟ ସର୍ଜନ
ଏପରି ସାହିତ୍ୟର ଶକ୍ତି
ପାଇଲେ ସାଧାରଣ ବ୍ୟକ୍ତି
ହୁଅଂତି ନିଶ୍ଚିଂତ, ନିର୍ଭୟ
ଘଟାଂତି ସ୍ବଭାଷାର ଜୟ
ଲେଖକେ ନିଜ ତ୍ରୁଟିମାନ
ଖୋଜି କରିଲେ ସଂଶୋଧନ
ହୁଏନି କିଛି ଗୋଳମାଳ
ମିଳେ ସର୍ବଦା ଭଲ ଫଳ