ଭୁବନେଶ୍ୱର: ସାଧାରଣତଃ ଥଣ୍ଡା ପାଣିରେ ଗାଧେଇବା ବେଳେ ଆମେ ପଛଘୁଂଚା ଦେଇଥାଉ । ମାତ୍ର ଜଣେ ୫୦ ବର୍ଷୀୟ ଆଥଲେଟ ଆଂଟ୍ରାର୍କଟିକାର ବରଫରୁ ନିର୍ଗତ
ଧାରା ୧୦ ମିନିଟ ପହଁରି ରେକର୍ଡ କରିଛନ୍ତି । ଏହା ପୂର୍ବରୁ ଏତେ ସମୟ କେହି ପହଁରି ନଥିଲେ । ବ୍ରିଟେନର ଏହି ଆଥଲେଟଙ୍କ ନାମ ହେଲା ଲୁଇସ ପ୍ୟୁଘ ।
ପହଁରିବା ବେଳେ ସେ କେବଳ ସୁଇମିଂ ସୁଟ, କ୍ୟାପ ଆଉ ଗଗଲ ପିନ୍ଧିଥିଲେ । ଜଳବାୟୁର ଦ୍ରୁତ ପରିବର୍ତନ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଲୁଇସ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।
“ଡରହାମ ୟୁନିଭରସିଟିର ଏକ ଅଧ୍ୟୟନ ଅନୁସାରେ ଆଂଟ୍ରାର୍କଟିକାରେ ୬୫୦୦୦ ଗ୍ଳେସିୟର ରହିଛି । ଉତପ୍ତ ପରିବେଶ ଯୋଗୁ ବରଫ ତରଳି ଏହି ଭଳି ଛୋଟ ଓସାରର ପାଣି ବୋହୁଥାଏ । ଦୀର୍ଘ ୩୩ ବର୍ଷ ମୁଁ ଥଣ୍ଡା ପାଣିରେ ପହଁରିବା ଅଭ୍ୟାସ କରୁଛି” ବୋଲି ଲୁଇସ କହିଛନ୍ତି ।
(ଭିଡ଼ିଓ ସୌଜନ୍ୟ: ନ୍ୟୁୟର୍କ ପୋଷ୍ଟ)
Comments are closed.