Latest Odisha News

ଶିରିଡି ସାଇଙ୍କ ଡୋନେଶନ ବକ୍ସରେ ପଡି ରହିଛି ୩କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପୁରୁଣା ନୋଟ !

ଶିରଡି: ଶିରିଡି ସାଇଙ୍କ ଡୋନେଶନ ବକ୍ସରେ ପଡି ରହିଛି ୩ କୋଟି ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ନୋଟ । ଏହି ଅଚଳନ୍ତି ନୋଟକୁ ନେଇ ଚିନ୍ତାରେ ପଡିଛନ୍ତି ସଂସ୍ଥାପକ । ୮ ନଭେମ୍ବର ୨୦୧୬ରେ ସରକାର ନୋଟବନ୍ଦୀ ଲାଗୁ କରିଥିଲେ । ବର୍ତମାନ ସେହି ପୁରୁଣା ନୋଟ ପାଖରେ ରଖିବା କିମ୍ବା ବ୍ୟବହାର କରିବା ଆଇନଗତ ଦୃଷ୍ଟିକୋଣରୁ ଅବୈଧ । ମନ୍ଦିର ପ୍ରଶାସନ ଏ ନେଇ ଅବଶ୍ୟ ପୂର୍ବରୁ ସରକାରଙ୍କୁ ସହଯୋଗ ମାଗିଥିଲେ ମଧ୍ୟ କିଛି ଫାଇଦା ହୋଇ ନ ଥିଲା ।

ଅପରପକ୍ଷରେ ଭକ୍ତମାନେ ପୁରୁଣା ୫୦୦ ଓ ୧୦୦୦ ଟଙ୍କାକୁ ବିଭିନ୍ନ ଧାର୍ମିକସ୍ଥଳରେ ଥିବା ହୁଣ୍ଡିରେ ଏବେ ବି ପକାଉଛନ୍ତି । ଆରବିଆଇ, କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟ ସହ ସଂସ୍ଥାର ସିଇଓ ଭାଗ୍ୟଶ୍ରୀ ବନାୟତ ପୁନର୍ବାର ଯୋଗାଯୋଗ କରିବା ସହ ଏହାକୁ ଚଳାଇବା ପାଇଁ ଅନୁରୋଧ କରିଛନ୍ତି ।

Comments are closed, but trackbacks and pingbacks are open.