Latest Odisha News

BREAKING NEWS

୪୮ବର୍ଷରେ ପାଦଥାପିଲେ ଅଭିଷେକ ବଚ୍ଚନ, ”ଘୋମର” ସୁଟିଂ ସେଟରେ ପାଳୁଛନ୍ତି ବର୍ଥ ଡେ’

ମୁମ୍ବାଇ : ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନଙ୍କ ଆଜି ବର୍ଥ ଡେ’ । ୪୮ ବର୍ଷ ବୟସରେ ପାଦଥାପିଛନ୍ତି ଅଭିଷେକ ।ଆଜି ଅଭିଶେଖ୍ ବଚ୍ଚନଙ୍କ ବର୍ଥ ଡେ’ ହୋଇଥିବାରୁ ଫ୍ୟାନମାନଙ୍କ ଶୁଭେଚ୍ଛାର ସୁଅ ଛୁଟିଛି ଅଭିଷେଖ ବଚ୍ଚନଙ୍କ ପାଖକୁ । ଏବେ ଅଭିଷେଖ ଅପ କମିଂ ଫିଲ୍ମ ‘ଘୋମର’ ସୁଟିଂରେ ବ୍ୟସ୍ତ ଅଛନ୍ତି । ଜନ୍ମ ଦିନ ଅବରରେ ସୁଟିଂ ସେଟ ‘ଘୋମର ର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅଭିଷେଖ ବଚ୍ଚନ ।

ଜନ୍ମ ଦିନରେ ବଡ ଉପହାର ଏହି ଫିଲ୍ମ ସୁଟିଂ ବୋଲି ଅଭିଶେକ୍ କହିଛନ୍ତି । ଅଭିଷେକ ଯେଉଁ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ସେଥିରେ ଗଣେଶଙ୍କ ଫଟୋ ମଧ୍ୟ ରହିଛି । ସମାଜରୁ କରୋନା ମହାମାରୀ ଦୂର ହେଉ ବୋଲି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଅଭିଷେକ ।୫ ଫେବ୍ର୍ୃଆରୀ ୧୯୭୬ ମସିହାରେ ମୁମ୍ବାଇରେ ଅଭିଷେଖଙ୍କ ଜନ୍ମ ।ଶନିବାର ତାଙ୍କ ଜନ୍ମ ଦିନ ହୋଇଥିବାରୁ ପରିବାର ବର୍ଗ ଓ ଫ୍ୟାନମାନେ ଅଭିଷେଖଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Comments are closed, but trackbacks and pingbacks are open.